ଆଜି ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି ସ୍ଥାନରେ ଅଜଗର ସାପ ଦେଖିବାକୁ ମିଳିଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନ ବିଭାଗ ଅଧିନସ୍ଥ ଆଇଁଲାଛାଟ ରୁ ଜଉଁରାଭଉଁରା ଯିବା ରାସ୍ତାରେ ଏକ 7 ଫୁଟର ଏକ ଅଜଗର ସାପ ଦେଖିବାକୁ ମିଲିଛି । ଠିକ ସେହି ଭଳି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଅନ୍ତର୍ଗତ ଉଲ୍ଲେ ଗାଁରେ ଖାଦ୍ୟ ଅନ୍ୱେଷଣ ରେ ଏକ ଅଜଗର ସାପ ଘରକୁ ପଶିଥିବା ବେଳେ ଘରଲୋକେ ଦେଖି ଭୟଭିତ ହୋଇଯାଇଥିଲେ। ଏହା ପରେ ପରିବାର ଲୋକେ ପଡୋଶୀ ଘରକୁ ଖବର ଦେଇଥିଲେ ।ସ୍ଥାନୀୟ ଯୁବକ ସୁରୁ ନାଗ ଘର ଭିତରୁ ସୁରକ୍ଷିତ ଭାବରେ ଅଜଗର ସାପଟିକୁ ଉଦ୍ଧାର କରିଥିଲେ । ପରେ ନିକଟସ୍ଥ ଏକ କେନାଲରେ ଛାଡ଼ି ଦିଆଯାଇଥିଲା । ଅନ୍ୟପଟେ
ସୁବର୍ଣ୍ଣପୂର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅଇଁଲାଛାଟ ରୁ ଜଉରାଭଉଁରା ଯିବା ରାସ୍ତାର ଏକ ଗଛରେ 7 ଫୁଟର ଅଜଗର ସାପ ଦେଖିବାକୁ ମିଳିଛି । ଯାତାୟତ କରୁଥିବ ଲୋକେ ରାସ୍ତା ଉପରେ ସୋଇଥିବା ଦେଖିବାକୁ ପାଇଥିଲେ ।ପରେ ଲୋକଙ୍କୁ ଅଜଗର ଦେଖିବାକୁ ଭିଡ ହେବା ପରେ ଲୋକଙ୍କ ପାଟି ଶୁଣି ରାସ୍ତା କଡ଼ରେ ଥିବା ଏକ ଗଛ ଉପରକୁ ଚାଲିଥିବା ଦେଖିବାକୁ ମିଳିଛି ।ଦୀର୍ଘ ସମୟ ହେବ ଗଛ ଉପରେ ରହି ଚଳ ପ୍ରଚଳ କରୁଥିବାରୁ ଅଜଗର ସାପଟିକୁ ଦେଖିବାକୁ ଆଖ ପାଖ ଅଞ୍ଚଳର ବହୁ ଲୋକ ଭିଡ ହୋଇଥିବା ଦେଖିବାକୁ ମିଳିଛି । କିଛି ସମୟ ପରେ ଗଛ ଉପରୁ ଆସି ଜଙ୍ଗଲ ଭିତରକୁ ଚାଲି ଯାଇଥିବା ଜଣାପଡିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now