ବଳଙ୍ଗା ମେଲଣ ପାଇଁ ଉତ୍ସବର ମାହୋଲ

Spread the love

ନିମାପଡା: ସରିଛି ଦୋଳ ପର୍ବ଼ । ଆସିଛି ମେଲଣର ପର୍ବ। ଗାଁ ମାନଙ୍କରେ ଚାଲିଛି ମେଳଣର ମାହୋଲ। କଥାରେ ଅଛି ବଳଙ୍ଗା ମେଲଣ,  ହରିରାଜପୁର ବାଣ ଏବଂ ବାଳକାଟି ଫଗୁ। ନିମାପଡା ବଳଙ୍ଗା ମେଲଣରେ ୧୦୮ ଦୋଳର ସମାଗମ ହୋଇଥାଏ। ବଳଙ୍ଗା ମେଲଣର ବିଶେଷତ୍ବ ହେଉଛି ପଞ୍ଚମୁଣ୍ଡି ବିମାନର ଦୋଳ।  ଯାହାକି ଅନ୍ୟ କେଉଁ ଜାଗାରେ ଦେଖା ଯାଉନାହିଁ।

ଜନଶ୍ରୁତି ରହିଛି  ବଳଙ୍ଗାର ଅଧିଷ୍ଠାତା ପ୍ରଭୁ ବକ୍ରେଶ୍ୱର ମହାଦେବଙ୍କ ମୁଖ ପୂର୍ବରୁ ପୂର୍ବ ମୁଖା ଥିଲା। ଜଣେ ଭକ୍ତଙ୍କ ପାଇଁ ପ୍ରଭୂ ପଶ୍ଚିମମୁଖା ହୋଇଛନ୍ତି।  ଭକ୍ତ ଜଣଙ୍କ ପଶ୍ଚିମ ମୁଖା ହୋଇ ଅଧିଆ ପଡିଥିବାରୁ ପ୍ରଭୂ  ପଶ୍ଚିମ ମୁଖା ହୋଇଥିଲେ , ସେହିଦିନ ଠାରୁ ପ୍ରଭୁଙ୍କ ନାମ ବକ୍ରେଶ୍ୱର ମହାଦେବ ହୋଇଛି।  ପ୍ରଭୁ ବକ୍ରେଶ୍ୱର ଥାନପତି ଭାବରେ ପ୍ରଥମେ ମେଳଣ ପଡିଆରେ ପହଁଚି ଥାନ୍ତି । ପରେ ପ୍ରଭୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଥିବା ୧୦୮  ଠାକୁର ଦୋଳ ବିମାନରେ ପଟୁଆର କରି ଶୋଭାଯାତ୍ରାରେ ଆସି ମେଳଣ ପଡିଆରେ ପହଁଚିଥାନ୍ତି । ବିଳମ୍ବିତ ରାତିରେ ହରିହର ଭେଟ କରାଯାଇ ଠାକୁରଙ୍କର ମେଳଣ ଅନୁଷ୍ଠିତ ହେବା ପରେ ଠାକୁର ମେଲାଣି ନେଇ ନିଜ ସ୍ଥାନକୁ ଯାଇଥାନ୍ତି ।  କାହିଁ କେଉଁ ଆବାହମାନ କାଳରୁ ଏହି ପରମ୍ପରା ଚାଲି ଆସୁଛି…

ଏହି ମେଳଣର ବିଶେଷତ୍ୱ ହେଉଛି ପ୍ରଭୁ ବକ୍ରେଶ୍ୱରଙ୍କ ପଂଚମୁଣ୍ଡି ବିମାନ।  ଯାହାକି ଅନ୍ୟ ଜାଗାରେ ଦେଖା ଯାଏ ନାହିଁ । ଏହି ବିମାନକୁ କାନ୍ଧେଇବା ପାଇଁ ୫୦ ଲୋକଙ୍କର ଆବଶ୍ୟକତା ପଡିଥାଏ।   କଣ୍ଡେଇ ନାଚ , ଘୋଡା ନାଚ,  ପାଇକ ଖେଳ , ଲଉଡ଼ି ଖେଳ ପ୍ରଭୁତି ପାଟୁଆର କରାଯାଇ ଦୋଳ ବିମାନ ମେଳଣ ପଡିଆରେ ପହଁଚି ଥାନ୍ତି।  ଶାନ୍ତି ଶୃଙ୍ଖଳାର ସହ ମେଲଣ ସମାପନ ପାଇଁ ବଳଙ୍ଗା ବଜାର କମିଟି ଏବଂ ବଳଙ୍ଗା ପୋଲିସ ପଦକ୍ଷେପ ନେଇଛନ୍ତି….

ତେବେ କାହିଁ କେଉଁ ଆବାହମାନ କାଳରୁ  ଏହି ମେଳଣ ପର୍ବର ପରମ୍ପରାକୁ ବଳଙ୍ଗା ଗ୍ରାମବାସୀମାନେ ବଞ୍ଚାଇ ରଖିଛନ୍ତି….

ନିବେଦିତା ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *