ବାଇ ପାସ ରାସ୍ତା ନିର୍ମାଣ ପାଇଁ ବିଷ୍ଣୁମୁଣ୍ଡାରେ କୃତ୍ରିମ ବନ୍ୟା ପରିସ୍ଥିତି: ପୌର ଅଧ୍ୟକ୍ଷା ବୁଲି ଦେଖିଲେ

Spread the love

ବଲାଙ୍ଗିର : ଜାତୀୟ ରାଜପଥ ବିଭାଗ ଦ୍ୱାରା ବଲାଙ୍ଗିର ମୁନିସିପାଲିଟି ଅନ୍ତର୍ଗତ ବିଷ୍ଣୁମୁଣ୍ଡା ନିକଟସ୍ଥ ବାଇପାସ ରାସ୍ତା ନିର୍ମାଣ କରିବା ପାଇଁ ବନ୍ଧକୁ କାଟି ଦିଆ ଯାଇଥିବା ବେଳେ ବନ୍ଧ ର ପାଣି ରାସ୍ତା ଉପରକୁ ମାଡ଼ି ଆସିଥିଲା ।ବିନା ପୂର୍ବ ସୂଚନା ରେ ଏପରି କାମ କରାଯାଇଥିବା ଯୋଗୁଁ ବିଷ୍ଣୁ ମୁଣ୍ଡା ଅନ୍ନପୂର୍ଣ୍ଣା ନଗର ଜଳର୍ଣାବ ହେବା ସହିତ ଏଠାରେ ତିନୋଟି ପରିବାର ପାଣିଘେରରେ ରହିଥିବା ବେଳେ ଓଡରଫ୍ଟ ଦଳ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିବା ଦେଖାଯାଇଛି ।

ପ୍ରକାଶ ଯେ ଜାତୀୟ ରାଜପଥ ବିଭାଗ ତରଫରୁ ବଲାଙ୍ଗିର ବାଇପାସ୍ ରାସ୍ତା ନିର୍ମାଣ କାମ ଚାଲିଛି । ମାଟି କାଟି ଜମି ସମତୁଲ କରାଯାଉଥିବା ବେଳେ ବିଷ୍ଣୁମୁଣ୍ଡା ବନ୍ଧ କୁ କାଟି ପାଣି ନିଷ୍କାସନ କରାଯାଇଥିଲା । ଏଥିରେ ବିଷ୍ଣୁମୁଣ୍ଡା ର ଅନ୍ନପୂର୍ଣ୍ଣା ନଗରରେ ଥିବା ଘର ମାନଙ୍କରେ ପାଣି ପଶି ଥିବା ଦେଖିବାକୁ ମିଳିଛି କ୍ଷ ମୁଖ୍ୟ ରାସ୍ତା ପାଣି ଉପରେ ଯାନବାହାନ ଚଳାଚଳ କରିଥିବା ବେଳେ କିଛି ଲୋକ ମାଛ ମାରିବା ଜାଲ ଧରି ଆସିଥିବା ଓ ପାଣି ସୁଅରେ ଆସୁଥିବା ମାଛ ଧରି ଥିଲେ । ଆଜି ଅନ୍ନପୂର୍ଣ୍ଣାନଗର ପରିଦର୍ଶନ କରିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ସୂଚନା ଅନୁସାରେ ବାଇପାସ୍ ରାସ୍ତା ପାଇଁ ମାଟି ଆଣୁଥିବା ବେଳେ ବନ୍ଧ ଭୁଷୁଡି ଅନ୍ନପୂର୍ଣ୍ଣାନଗରରେ ଗତ କାଲି ରାତି ଜଳବନ୍ଦୀ ହୋଇଥିବା ଘଟଣାର ଖବର ପାଇ ଆଜି ଘଟଣା ସ୍ଥଳକୁ ପରିଦର୍ଶନ କରିବା ସହ ବିଷ୍ଣୁମୁଣ୍ଡା ରେ ହୋଇଥିବା କୃତ୍ରିମ ବନ୍ୟା ଯୋଗୁଁ ଜଳବନ୍ଦୀ ହୋଇଥିବା ପରିବାର ଲୋକଙ୍କୁ ଭେଟି ତାଙ୍କ ସହିତ ଆଲୋଚନା କରିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ ।

Leave a Reply

Your email address will not be published. Required fields are marked *