ରେଳ ଧାରଣାରୁ ମିଳିଲା ଶ୍ରମିକଙ୍କ ମୃତଦେହ

Spread the love

ବଲାଙ୍ଗିର : ରେଳ ଧାରଣାରୁ ଦାଦନ ଶ୍ରମିକଙ୍କ ମୃତଦେହ ଠାବ ହୋଇଥିବା ଜଣାପଡିଛି । ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ସହର ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ଜଣକ ଝୁପଡିପଡ଼ାର ନିତ୍ୟାନନ୍ଦ ଶଗରିଆ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଯାଇ ଘରକୁ ଫେରିଥିଲେ ନିତ୍ୟାନନ୍ଦ । କିଛି ଦିନ ଘରେ ରହିବା ପରେ ପୁଣି ଦାଦନ ଖଟି ବାହାରକୁ ଯାଇଥାନ୍ତେ । ହେଲେ ଶନିବାର ଦିନ ସେ ଘରୁ କେଉଁଆଡେ ଚାଲିଯାଇଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତା ମିଳିନଥିଲା । ଶେଷରେ ରବିବାର ଦିନ ସକାଳ ସମୟରେ ରେଳ ଧାରଣାରୁ ନିତ୍ୟାନନ୍ଦଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା । ସେପଟେ ଘଟଣାସ୍ଥଳରେ ଜିଆରପି ପୋଲିସ ପହଂଚି ମୃତଦେହକୁ ଜବତ କରିଛି । ଏହା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ପ୍ରାଥମିକ ତଦନ୍ତ ଓ ପରିବାର ଲୋକଙ୍କ କହିବା ଅନୁସାରେ, ପାରିବାରିକ କଳହକୁ ନେଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *