ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳନ

Spread the love

ବଲାଙ୍ଗିର, ୬ ଜୁନ (ହି.ସ.)- ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ବିଜାଖମନ୍ ମେଗା ନର୍ସରି ଠାରେ ଗତକାଲି ଅନୁଷ୍ଠିତ ହେଇଯାଇଛି । ଏଠାରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଏସପି ରିଷିକେଶ ଦିଆନ୍ଦେଓ ଖିଲାରୀ, ଡିଏଫଓ ନୀତିଶ କୁମାର, କେନ୍ଦୁଲିଫ୍ ଡିଏଫଓ ରଂଜିତ ମଲ୍ଲିକ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକ୍ ରୁ ୧୪ ଜଣଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଶ୍ଵ ପରିବେଶ ଦିବସରେ ପ୍ଲାଷ୍ଟିକ୍ ମୁକ୍ତ ସମାଜ ଗଠନ ଉପରେ ଅତିଥି ମାନେ ନିଜ ନିଜର ମତାମତ ପ୍ରଦାନ କରିଥିଲେ ।

ଆଗଲପୁର ବ୍ଲକ ର ଲୋକନାଥ ମେହେର, ବଙ୍ଗୋମୁଣ୍ଡାର ସାଇ ପ୍ରସାଦ ସାହୁ, ବେଲପଡ଼ାର ସୁନୀତା ପ୍ରଧାନ, ବଲାଙ୍ଗିରର ସତ୍ୟସୁନ୍ଦର ଭଂଜ, ଦେଓଗାଁର ସୁନୀଲ ମହାନ୍ତି, ଗୁଡ଼ଭେଲାର ଗୋକୁଲ ମିର୍ଦ୍ଧା, ଖପ୍ରାଖୋଲର ସୁଜିତ ଶତପଥୀ, ଲୋଇସିଂହାର ସାଇସନ୍ଥ ପଟେଲ, ମୁରିବାହାଲର ଜଗନ୍ନାଥ ମେହେର, ପାଟଣାଗଡ଼ର ତ୍ରିଲୋଚନ ସାହୁ, ପୁଇଁତଲାର ସତ୍ୟନାରାୟଣ ହୋତା, ସଇଁତଲାର ସୁରେନ୍ଦ୍ର ସ୍ଵାଇଁ, ଟିଟିଲାଗଡ଼ର ତ୍ରିରଥ ଗଡ଼ତିଆ, ତୁରେକେଲାର ଡୋଲାମଣି ମହତଙ୍କୁ ଏହି କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *