ବିବାହିତା ମହିଳାଙ୍କ ପ୍ରତି ଶ୍ୱଶୁରଘର ଲୋକଙ୍କ ଯୌତୁକ ଓ ଯୌନ ନିର୍ଯ୍ୟାତନା ଅଭିଯୋଗ, ନ୍ୟାୟ ପାଇଁ ଏସ୍‌ପିଙ୍କ ଅଫିସ୍ ସମ୍ମୁଖରେ ଗଣଧାରଣା

Spread the love

ଭଦ୍ରକ : ମାତ୍ର ବର୍ଷକ ତଳେ ବିବାହ କରିଥିବା ଜଷଣ ମହିଳାଙ୍କୁ ତାର ଶ୍ୱଶୁରଘର ଲୋକେ ଯୌତୁକ, ଶାରୀରିକ ଯୌନ ନିର୍ଯ୍ୟାତନା ଦେବା ସହ ହତ୍ୟା ଧମକ ଦେବା ପ୍ରତିବାଦରେ ଆଜି ପୂର୍ବ ଘୋଷଣା ମତେ ସପରିବାର ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏ ସଂପର୍କରେ ବିବାହିତା ମହିଳା ଫାତମା ଖାତୁନ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ ଦେଇଥିବା ଅଭିଯୋଗ ପତ୍ର ମୂଳେ ଗତ ୨୦୨୨ ମାର୍ଚ୍ଚ ୧୪ ତାରିଖରେ ଭଦ୍ରକ ସହରା ଳ ଥାନା ଅଧୀନସ୍ଥ ୱାର୍ଡ ନଂ ୬ ଗୌସିଆ ନଗର ନିବାସୀ ସେକ୍ ସୁବୁରାତିଙ୍କ କନ୍ୟା ଫାତମା ଖାତୁନ ସହ ଗ୍ରାମା ଳ ଥାନା ଅଧୀନସ୍ଥ ଗୁଜିଦରଡା ମହେବୁବନଗର ନିବାସୀ  କୁବାସ ସାହାଙ୍କ ପୁତ୍ର ମହିରାଜ ସହ ବିବାହ ହୋଇଥିଲା । ମାତ୍ର ବିବାହ ପରେ ସ୍ୱାମୀ, ଶ୍ୱଶୁର, ଶାଶୁ ସୌନତ ବିବି, ଦିଅର ସୌରଜ ସାହା, ଫରିଦା ବିବି, ଓଦିଲ ଫୁକାର ପ୍ରମୁଖ ତାଙ୍କ ପ୍ରତି ଯୌତୁକ ନିର୍ଯ୍ୟାତନା ଦେବା ସହ ଶାରୀରିକ ଓ ଯୌନ ନିର୍ଯ୍ୟାତନା ମଧ୍ୟ ଦେଇଥିଲେ । ଶ୍ୱଶୁର ମଦ ପିଇ ଅଶ୍ଳୀଳ ଭାଷାରେ ତାଙ୍କ ପରିବାରକୁ ଗାଳିଗୁଲଜ କରିଆସୁଥିବାବେଳେ ଦିଅର ତାଙ୍କ ଶୋଇବା ଘରେ ପଶି ଯୌନ ପାଶବିକ ଅତ୍ୟାଚାର କରିଥିଲେ । ତାଙ୍କ ଶ୍ୱଶୁରଘର ଲୋକେ ତାଙ୍କ ପ୍ରତି ବହୁ ନିର୍ଯ୍ୟାତନା ଦେବା ସହ ଭୋକ ଓପାସରେ ରଖି ତାଙ୍କ ଅଳଙ୍କାର ଲୁଚାଇ ବିକ୍ରି କରିଦେଇଥିଲେ । ଏହାର ପ୍ରତିବାଦ କଲେ ବେକରେ ଭୁଜାଲି ଲଗାଇ ହତ୍ୟା କରିବାର ଚେତାବନୀ ଦେଇଆସୁଥିଲେ । ଏ ସଂପର୍କରେ ତାଙ୍କ ପିତ୍ରାଳୟ ପକ୍ଷରୁ ସ୍ଥାନୀୟ ଭଦ୍ରଲୋକଙ୍କ ଜରିଆରେ ସମସ୍ୟାର ସମାଧାନର ନିଷ୍ପ ି ହୋଇଥିଲେ ମଧ୍ୟ ଶ୍ୱଶୁରଘର ଲୋକେ ମାନିନଥିଲେ । ଇତିମଧ୍ୟରେ ଫାତମା ଗର୍ଭବତୀ ଥାଇ ନିଜ ପିତ୍ରାଳୟକୁ ଆସିଥିବାବେଳେ ତାର ସ୍ୱାମୀ ଓ ଶ୍ୱଶୁରଘର ଲୋକେ ତାଙ୍କୁ ଆଉ ଫେରାଇ ନେଇନଥିଲେ । ଏଣୁ ଫାତମା ଓ ତାଙ୍କ ପରିବାର ଲୋକେ ଶ୍ୱଶୁର ଘର ଲୋକଙ୍କ ବିରୁଦ୍ଧରେ ସହରା ଳ ଥାନାରେ ଅଭିଯୋଗ ପତ୍ର ଦେଇ ବିବାହ ସମୟରେ ତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ସମସ୍ତ ସ୍ୱର୍ଣ୍ଣ ଅଳଙ୍କାର ଓ ନଗଦ ୧ ଲକ୍ଷ ୧୫ ହଜାର ଟଙ୍କା ଫେରାଇବାର ଦାବି ରଖିଥିଲେ । ଇତିମଧ୍ୟରେ ଫାତମାଙ୍କର ଏକ ପୁତ୍ର ସନ୍ତାନ ହୋଇଥିବାବେଳେ ସେ ପୁଲିସ୍ ପକ୍ଷରୁ କୌଣସି ସହାୟତା ନପାଇ ପୂର୍ବ ଘୋଷଣା ମତେ ଆଜି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଧାରଣା ଦେଇଥିଲେ । ପରବ ର୍ୀ ସମୟରେ ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁ ୁପାଲି ସହରା ଳ ଥାନାଧିକାରୀଙ୍କୁ ଏ ସଂପର୍କରେ ନିରପେକ୍ଷ ତଦନ୍ତ ସହ ସଂପୃକ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ପରେ ଗଣଧାରଣା ପ୍ରତ୍ୟାହୃତ ହୋଇଛି ।

Leave a Reply

Your email address will not be published. Required fields are marked *