Bhadrakଦୁର୍ନୀତି ଓ କାଣ୍ଡ
ଚାକିରୀ ଦେବା ନାଁରେ ଠକି ନେଲେ ଟଙ୍କା

ଭଦ୍ରକ : ଚାକିରୀ ଦେବା ନାଁରେ ଠକି ନେଲେ ଟଙ୍କା। ଏଭଳି ଅଭିଯୋଗ ହୋଇଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରେ। ସୂଚନା ଅନୁଯାୟୀ, ଦୁଇ ଅଭିଯୁକ୍ତ ରେଳବାଇର ଅବସରପ୍ରାପ୍ତ କର୍ମଚାରୀ କହି ଚାକିରୀ କରାଇଦେବା ନାଁରେ ଯୁବକଙ୍କ ନିକଟରୁ ଟଙ୍କା ନେଉଥିଲେ। ଅଭିଯୁକ୍ତମାନେ ହେଲେ ବୋଡ଼କ ଅଞ୍ଚଳର ବିଶ୍ୱଜିତ ମାଝୀ ଓ ଟାଟାନଗର ଅଞ୍ଚଳର ବିଶ୍ୱଜିତ ପାନ। ତେବେ ଧୂଷୁରୀ ଥାନା ବୋଡ଼କ ଅଞ୍ଚଳର ଜ୍ୟୋତି ରଞ୍ଜନ ବେହେରାଙ୍କ ଯୋଗାଯୋଗ ଏହି ଦୁଇ ଠକଙ୍କ ସହ ହୋଇଥିଲା। ସେମାନେ ରେଳବାଇରେ ଚାକିରୀ କରାଇଦେବା କହି ଜ୍ୟୋତି ରଞ୍ଜନଙ୍କ ଠାରୁ ୨ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ। ପରେ ଅନ୍ୟମାନଙ୍କ ନିକଟରୁ ପ୍ରାୟ ୮ ଲକ୍ଷରୁ ଅଧିକ ଟଙ୍କା ନେଇ ନକଲି ନିଯୁକ୍ତି ପତ୍ର ଓ ପରିଚୟପତ୍ର ଦେଇଥିଲେ। ଆଶାୟୀ ଚାକିରୀରେ ଯୋଗ ଦେବାକୁ ଯାଇ କାଗଜପତ୍ର ଗୁଡିକ ନକଲି ବୋଲି ଜଣାପଡିଥିଲା। ତେବେ ଦୁଇ ଅଭିଯୁକ୍ତ ଟଙ୍କା ନ ଫେରାଇବାରୁ ଅଭିଯୋଗ କ୍ରମେ ପୋଲିସ ଗିରଫ କରିଛି। ଦୁଇ ଅଭିଯୁକ୍ତ ଏମିତି ଭାବେ ଅନେକ ଅଞ୍ଚଳରୁ ଠକେଇ କରିଥିବା ସୂଚନା ମିଳିଛି ।