ଚାନ୍ଦବାଲି ଡାକ୍ତରଖାନାରେ ନର୍ସଙ୍କୁ ଡାକ୍ତରଙ୍କ ଅଶାଳୀନ ବ୍ୟବହାର ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଳାପାଳଙ୍କ ଠାରେ ଅଭିଯୋଗ

Spread the love

ଭଦ୍ରକ : ଚାନ୍ଦବାଲି ଡାକ୍ତରଖାନା ରେ ଷ୍ଟାଫ ନର୍ସଙ୍କୁ ଡାକ୍ତରଙ୍କ ଅସଭ୍ୟ ବ୍ୟବହାର, ଯୌନ ଲାଳସା ନେଇ ସମ୍ପୃକ୍ତ ଷ୍ଟାଫ ନର୍ସ ଚାନ୍ଦବାଲି ଥାନାରେ ଏତଲା ଦେବା ପରେ ବୟାନ ରେକର୍ଡ କରି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ନର୍ସଙ୍କୁ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି କରି ଦିଆଯାଇଛି । ଏ ନେଇ ଆଜି କଂଗ୍ରେସ ଯୁବ ସଭାପତି ହେମନ୍ତ ମହାପାତ୍ର ଓ ଛାତ୍ର କଂଗ୍ରେସ ସଭାପତି ସାହିଲ କାଦ୍ରି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତ । ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ସମ୍ପୃକ୍ତ ଡାକ୍ତର ପ୍ରଚୁର ମଦ୍ୟ ପାନ କରି ଉପଯୁକ୍ତ ଚିକିତ୍ସା ନ କରି ବହୁ ଅଭିଯୋଗ ପରେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ । ମା’ କୁ ସମ୍ମାନ ପ୍ରଚାର କରୁଥିବା ବିଜେଡି ସରକାର ଏଭଳି ସମ୍ମାନ ଦେଉଛି ତାହା ନେଇ ଏହା ଏକ ଜ୍ୱଳନ୍ତ ନମୁନା ବୋଲି ସୂଚାଇଛନ୍ତ । ସାଧାରଣରେ ମଧ୍ୟ ମହିଳା ନର୍ସଙ୍କୁ ଏଭଳି ଘଟଣା ନେଇ ନିନ୍ଦା କରା ଯାଉଛି । ନର୍ସ ସଂଘ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ଯୁବ ସଭାପତି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି । ତୁରନ୍ତ ଜିଲ୍ଳା ପ୍ରଶାସନ କିମ୍ବା ସରକାର ଯଦି ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ଯୁବ ଓ ଛାତ୍ର କଂଗ୍ରେସ ଆଗାମୀ ଦିନରେ ଏହାର ତୀବ୍ର ପ୍ରତିବାଦ କରିବ ଶ୍ରୀ ମହାପାତ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *