ଗୁରୁବାର ବିଧାନସଭା ଘେରାଓ ବେଳେ କଂଗ୍ରେସର ୪୦ କର୍ମୀ ଆହତ ହୋଇଛନ୍ତି। ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଗୁଣ୍ଡା ଭଳି ଧମକ ଦେଉଛି। ଆବଶ୍ୟକ ପଡ଼ିଲେ ଆମେ ବି କେସ୍ କରିବୁ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ଲାଠି ଚାର୍ଜ ସମୟରେ ପୁଲିସ ଆନ୍ଦୋଳନକାରୀଙ୍କ ଅଣ୍ଟା ତଳକୁ ମାଡ଼ ମାରିବା କଥା। କିନ୍ତୁ ଭିଡ଼ିଓରୁ ସ୍ପଷ୍ଟ- ପୁଲିସ ଅମାନୁଷିକ ଭାବେ ଅଣ୍ଟା ଉପରକୁ ପିଟୁଥିଲା। ଏ ଘଟଣା ଉପରେ ମାନବାଧିକାର କମିଶନ ବି ନିଜ ଆଡୁ ସଂଜ୍ଞାନ ନିଅନ୍ତୁ ବୋଲି ଦାବି କରିଛନ୍ତି ଭକ୍ତ। ଯେଉଁ ଦଳ ଜାତିର ପିତାଙ୍କୁ ହତ୍ୟା କରିଥିଲା, ସେ ଦଳ ମୁହଁରେ କଂଗ୍ରେସ ହିଂସା କରୁଛି କହିବା ହାସ୍ୟାସ୍ପଦ। ଦଳ ବାରମ୍ୱାର କହୁଛି, କଂଗ୍ରେସ କର୍ମୀ ବିଲକୁଲ ପଥର ଫିଙ୍ଗିନାହାନ୍ତି। ଯେଉଁମାନେ ଫିଙ୍ଗିଛନ୍ତି, ସେମାନଙ୍କୁ ପୁଲିସ ଚିହ୍ନଟ କରୁ। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କର। କିନ୍ତୁ ନିର୍ଦ୍ଦୋଷକୁ ଦଣ୍ଡ ଦେଲେ କଂଗ୍ରେସ ତୁପ୍ ବସିବନି ବୋଲି ଚେତାଇ ଦେଇଛନ୍ତି ଭକ୍ତ। ଏହା ସହ ନାରୀ ସୁରକ୍ଷା ନେଇ ପ୍ରତି ଜିଲ୍ଲାରେ ନାରୀ ନ୍ୟାୟ ସତ୍ୟାଗ୍ରହ ଆରମ୍ଭ କରିବ କଂଗ୍ରେସ।


Naxatra News is now on Whatsapp
Join and get latest news update delivered to you via whatsapp
Join Now