ସ୍କୁଲର ସମସ୍ତ କାଗଜପତ୍ର ହେବ ଯାଞ୍ଚ

Spread the love

ଭୁବନେଶ୍ୱର : ଏବିଜେ ସ୍କୁଲରେ ମାମଲା ପ୍ରତିକ୍ରିୟା ରଖିଲେ ଶିଶୁ ସୁରକ୍ଷା ଆୟୋଗ l ଏହା ଏକ ଦୁଖଃଦ ଓ ନିନ୍ଦନୀୟ ଘଟଣା l ଏହି ସ୍କୁଲ ଚାଇଲଡ ରାଇଟସର ଉଲଂଘନ କରିଛନ୍ତି l ତେଣୁ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ଅଧିକାରୀଙ୍କ ସହ ସେହି ସ୍କୁଲକୁ ଚିଠି କରାଯିବl ଏହାସହ ସ୍କୁଲର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବl ସେହି ସ୍କୁଲର ରେଜିଷ୍ଟ୍ରେସନ ବାତିଲ ସମ୍ପର୍କରେ ମଧ୍ୟ ଅଧିକାରୀଙ୍କ ସହ ଆଲୋଚନା କରାଯିବା ସହ ଚିଠି କରାଯିବ l ଏହାସହ ସ୍କୁଲ ଓ ମାସ ଏଜୁକେସନ ବିଭାଗକୁ ଚିଠି କରାଯିବl ସେମାନଙ୍କର କୌଣସି ଅଧିକାର ନାହିଁ ପିଲାଙ୍କ ସହ ଏମିତି କରିବା, ତେଣୁ ଯେଉଁ ସବୁ ଘରୋଇ ଅନୁଷ୍ଠାନ ଏପରି କାର୍ଯ୍ୟରେ କରୁଛନ୍ତି ବା ଏହି ସ୍କୁଲ ଏଥିରୁ ନିବୃତ ରୁହନ୍ତୁ ବୋଲି ତାଗିତ କରିଛନ୍ତି l ନଚେତ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା l

Leave a Reply

Your email address will not be published. Required fields are marked *