ନୂଆ କଂସ ହେବେ ଭୁବନେଶ୍ବର ପ୍ରଧାନ

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ନୂଆ କଂସ ମିଳିଛି। କଂସ ପାଇଁ ମନୋନିତ ହେଲେ ଭୁବନେଶ୍ବର ପ୍ରଧାନ । ଭୁବନେଶ୍ବର ପ୍ରଧାନ କଂସ ଭୂମିକାରେ ଅବତୀର୍ଣ୍ଣ ହେବେ। ଧନୁଯାତ୍ରା ସମୟରେ ବରଗଡ଼ ସହରରେ ରାଜ୍ କରିବେ ଭୁବନେଶ୍ବର ପ୍ରଧାନ। ତାଙ୍କର ଇସାରାରେ ବରଗଡ଼ ପରିଚାଳିତ ହେବ। ଚୟନ କମିଟି ଆଜି ଭୁବନେଶ୍ବର ପ୍ରଧାନଙ୍କ ନାମରେ ମୋହର ମାରିଛି। ତେବେ ପ୍ରଧାନ ଅନ୍ୟ ୩ ଜଣଙ୍କୁ ପଛରେ ପକାଇ କଂସ ଭୂମିକା ପାଇଁ ବାଜି ମାରିଛନ୍ତି।

ସୂଚନାଅନୁଯାୟୀ ,ବିଜୁ ପଟ୍ଟନାୟକ ଟାଉନ ହଲରେ ଧନୁଯାତ୍ରା କମିଟି ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଚୟନ ପାଇଁ ଅଡିସନରେ ଭୁବନେଶ୍ବର ପଧାନ, ଜଗଦାନନ୍ଦ ମିଶ୍ର, ଆର୍ତ୍ତତ୍ରାଣ ସୁନାନି ଓ ସୁଶୀଲ ମେହେର ସାମିଲ ହୋଇଥିଲେ। ଏହି ୪ ଜଣ ୨୦୨୨ ମସିହାରେ ଦ୍ଵିତୀୟରୁ ପଞ୍ଚମ ସ୍ଥାନ ମଧ୍ୟରେ ଥିଲେ। ହୃଷୀକେଶ ଭୋଇ ଏଥର ବାଦ୍ ପଡ଼ିଛନ୍ତି ପରେ ନୂଆ କଂସ ଚୟନ କରାଯାଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *