ଭର୍ଚୁଆଲ ମୋଡ଼କୁ ବିଜେପିର ବିରୋଧ

Spread the love

() ମଙ୍ଗଳବାରଠାରୁ  ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ତା ପୂର୍ବରୁ ସୋମବାର ଗୃହର ସୁପରିଚାଳନା ପାଇଁ ବାଚସ୍ପତି  ସର୍ବଦଳୀୟ ବୈଠକରେ ସବୁ ଦଳ ସହ ଆଲୋଚନା କରିଛନ୍ତି ।  ରାଜ୍ୟ ସ୍ୱାର୍ଥ ସମ୍ୱଳିତ ବିଭିନ୍ନ ପ୍ରସଙ୍ଗ ଯେପରି ଗୃହରେ ଆଲୋଚନା ହେବ ତା ଉପରେ ସବୁ ରାଜନୈତିକ ଦଳ ଗୁରୁତ୍ୱ ଦେବାକୁ ଅନୁରୋଧ କରିଛନ୍ତି । ଏପଟେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାକୁ ବିରୋଧି ପ୍ରସ୍ତୁତ ଥିବା ବେଳେ ଶାସକ ଦଳ ମଧ୍ୟ ବିରୋଧିଙ୍କୁ ଚେକ୍ ଦେବାକୁ ତୟାର ହୋଇସାରିଛି ।

ବିରୋଧିଙ୍କ ତାତିରେ ତାତିବ ବଜେଟ ଅଧିବେଶନ ।  ନବ ଦାସ ହତ୍ୟାକାଣ୍ଡ ଓ ଆଇନଶୃଙ୍ଖଳାକୁ ନେଇ ସରକାରଙ୍କୁ ଘେରିବାକୁ ଫୁଲ ତୟାର ବିରୋଧି । ବିଧାନସଭାରେ ଭର୍ଚ୍ଚୁଆଲ ଉପସ୍ଥାନକୁ ବିଜେପିର ବିରୋଧ । ମଙ୍ଗଳବାରଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଏନେଇ ସୋମବାର ବସିଥିବା ସର୍ବଦଳୀୟ ବୈଠକରୁ ହିଁ ବିଧାନସଭା ସରଗରମ ହେବା ନେଇ ସ୍ପଷ୍ଟ ସଂକେତ ମିଳିସାରିଛି । କାରଣ ଗୃହରେ ଭର୍ଚ୍ଚୁଆଲ ଉପସ୍ଥାନକୁ ବିରୋଧ କରି ସର୍ବଦଳୀୟ ବୈଠକକୁ ଅଧାରୁ ବର୍ଜନ କରିଛି ବିଜେପି । ଏପଟେ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଶାସକ ଦଳକୁ ଘେରିବା ସହ ବିରୋଧି ଦଳ ନେତାଙ୍କୁ ଫସାଇବା ପାଇଁ ଷଡଯନ୍ତ୍ର ହୋଇଥିବା କଥାକୁ ଜୋରଦାର ଡଙ୍ଗରେ ଗୃହରେ ଉଠାଇବ ଦଳ । ସେହିପରି କଂଗ୍ରେସ ମଧ୍ୟ ଆଇନ ଶୃଙ୍ଖଳା ସହ ଚାଷୀ ସମସ୍ୟା ଓ ବେକାରୀ ବୃଦ୍ଧିକୁ ମୁଖ୍ୟ ଅସ୍ତ୍ର କରିବ । ନବ ଦାସଙ୍କ ହତ୍ୟାକାଣ୍ଡ ଆକ୍ସିଡେଣ୍ଟାଲ ଡେଥ ନୁହଁ ବରଂ ଷଡଯନ୍ତ୍ର । ଏହାସହ ପୋଲିସ ଡିଜି ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ ବାବଦରେ ମୁହଁ ନ ଖୋଲିବା ପ୍ରସଙ୍ଗ ମଧ୍ୟ ଗୃହରେ ଉଠାଇବାକୁ କଂଗ୍ରେସ ସ୍ଥିର କରିଛି । ଏପଟେ ଚାଉଳ ଠାରୁ ଆରମ୍ଭ କରି ରାଜ୍ୟକୁ ସ୍ୱତନ୍ତ୍ର ପ୍ୟାକେଜ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନର ପାହାଡ ଛିଡା କରିବ ଶାସକ ଦଳ। ଏହାସହ ବିରୋଧିଙ୍କ ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଶାସକ ଦଳ ତୟାର ଥିବା କହିଛି ।

ସେପଟେ ସର୍ବଦଳୀୟ ବୈଠକରେ ଗୃହକାର୍ଯ୍ୟ ସୁରୁଖୁରରେ ଚଲାଇବା ପାଇଁ ସବୁ ଦଳ ସହ ଆଲୋଚନା କରିଛନ୍ତି ବାଚସ୍ପତି । ସର୍ବଦଳୀୟ ବୈଠକରେ ୧୫ଟି ପ୍ରସଙ୍ଗରେ ଆଲୋଚନା ହୋଇଥିବା ବେଳେ ପ୍ରାୟ ସମସ୍ତ ପ୍ରସଙ୍ଗରେ ସହମତି ପ୍ରକାଶ ପାଇଥିବା ସେ କହିଛନ୍ତି । ଏଥର ସାଧାରଣ ଦର୍ଶକଙ୍କ ପ୍ରବେଶ ଲାଗି ଅନୁମତି ପ୍ରଦାନ କରାଯାଇଛି । ବାଚସ୍ପତି ଓ ଦର୍ଶକ ଗ୍ୟାଲେରୀକୁ ସାଧାରଣ ଦର୍ଶକ ଆସିପାରିବେ । ଯେଉଁ ସଦସ୍ୟ ଚାହିଁବେ ଭିସି ଜରିଆରେ ବିଧାନସଭା କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ବୋଲି କହିଛନ୍ତି ବାଚସ୍ପତି ।                               

ତେବେ ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବାବେଳେ ୨୪ ତାରିଖରେ ବଜେଟ ଉପସ୍ଥାପନ ହେବା ସହ ୨୭ଟି କାର୍ଯ୍ୟଦିବସ ରହିଛି । ଏହାସହ ବିଭିନ୍ନ ପ୍ରସଙ୍ଗରେ ବିରୋଧି ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଜବାବ ରଖିବାକୁ ଶାସକ ଦଳ ମଧ୍ୟ ଫୁଲ ପ୍ରସ୍ତୁତ….

ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *