SAMBALPUR ISSUE…PKG…BBSR…NABA
() ସମ୍ୱଲପୁର ହିଂସାକୁ ଅନୁଧ୍ୟାନ ପାଇଁ ବାହାରିଥିଲା ବିଜେପିର ଏକ ଉଚ୍ଚସ୍ତରୀୟ ଟିମ । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ କିଛି ସାଂସଦ ଓ ବିଧାୟକ ରହିଥିଲେ । ଯେଉଁମାନଙ୍କୁ ଝାରସୁଗୁଡା-ସମ୍ୱଲପୁର ସୀମା ଶ୍ରୀପୁରା ଛକରେ ପୋଲିସ ଅଟକାଇ ଥିଲା ପୋଲିସ । ଫଳରେ ପୋଲିସ-ବିଜେପି ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । ଏମିତି କି ବିଜେପି ପ୍ରତିନିଧି ମଣ୍ଡଳକୁ ପୋଲିସ ଗିରଫ ମଧ୍ୟ କରିଥିଲା । ଏପଟେ ଦଙ୍ଗା ସୃଷ୍ଟି କରିବା ବିଜେପିର ଚିନ୍ତାଧାରା ବୋଲି କହିଛି ବିଜେଡି । ଅନ୍ୟପଟେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ବସିଥିଲା ଗୁରୁତ୍ୱପୁର୍ଣ୍ଣ ବୈଠକ ।
ପଥର ମାଡ । ପୋଡା ଜଳା । ସାମ୍ପ୍ରଦାୟିକ ହିଂସା । ଏହାରି ଭିତରେ ରାଜନୈତିକ ଟଣା ଓଟରା । ଯାହାକୁ ନେଇ ଏବେ ଚର୍ଚ୍ଚାରେ ସମ୍ୱଲପୁର । ମଙ୍ଗଳବାର ବିଜେପିର ଏକ ଉଚ୍ଚସ୍ତରୀୟ ଟିମ ସମ୍ୱଲପୁର ସ୍ଥିତି ଯାଞ୍ଚ ପାଇଁ ଯାଉଥିବା ବେଳେ ଝାରସୁଗୁଡା-ସମ୍ୱଲପୁର ସିମା ଶ୍ରୀପୁରା ଛକରେ ପୋଲିସ ଅଟକାଇ ଥିଲା । ଫଳରେ ବିଜେପି ରାଜ୍ୟ ସଭାପତି, ସାଂସଦ ଓ ବିଧାୟକଙ୍କ ସହ ପୋଲିସ କର୍ମୀଙ୍କ ଯୁକ୍ତିତର୍କ ହୋଇଥିଲା । ଯାହାକୁ ନେଇ ସିଧାସଳଖ ଭାବରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଆମ ଛାଇ ଦେଖିଲେ ନବୀନ ବାବୁ ଡରିବାକୁ ଲାଗିଲେଣି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି । ସେହିପରି ଆମ ସାମ୍ୱିଧାନିକ କ୍ଷମତାକୁ ହତ୍ୟା କରାଯାଉଥିବା ଅଭିଯୋଗ ଆଣିଛନ୍ତି ସାଂସଦ ସୁରେଶ ପୁଜାରୀ । ଏପଟେ ବିଜେପିର ଚିନ୍ତାଧାର ରାଜ୍ୟରେ ଦଙ୍ଗା କରିବା । ତେଣୁ ସମ୍ୱଲପୁର ହିଂସାକୁ ବିଜେପି ଉସୁକାଇବାକୁ ଚେଷ୍ଟା କରୁଥିବା ପାଲଟା ଆରୋପ କରିଛି ବିଜେଡି ।
ସେପଟେ ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ଜିଲ୍ଲାପାଳ ଅଫିସରେ ବସିଥିଲା ଗୁରୁତ୍ୱପୁର୍ଣ୍ଣ ବୈଠକ । କିପରି ଶିଘ୍ର ସ୍ଥିତି ସ୍ୱାଭାବିକ ହୋଇପାରିବ ସେ ନେଇ ବିଶେଷ ଆଲୋଚନା ହୋଇଥିଲା । ତେବେ କର୍ଫ୍ୟୁ ସମୟରେ ଅଯଥାରେ ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।
ଗୋଟିଏ ପଟେ ସହରରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ପ୍ରଶାସନ ପକ୍ଷରୁ ଅପିଲ ସହ ଅହରହ ଚେଷ୍ଟା ଚାଲିଛି । ଏହାରି ଭିତରେ ବିଜେପି ଟିମକୁ ସହର ଭିତରକୁ ନଛାଡିବା ପରିସ୍ଥିତି ଅଧିକ ଗୋଳମାଳିଆ କରିଛି ।
ସରୋଜ ସେଠ ଓ ଭୁବନେଶ୍ୱରରୁ ନବ କିଶୋର ସାହୁଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now