ହିଂସାକୁ ଅନୁଧ୍ୟାନ ପାଇଁ ବିଜେପିର ଉଚ୍ଚସ୍ତରୀୟ ଟିମ୍

Spread the love

SAMBALPUR ISSUE…PKG…BBSR…NABA

() ସମ୍ୱଲପୁର ହିଂସାକୁ ଅନୁଧ୍ୟାନ ପାଇଁ ବାହାରିଥିଲା ବିଜେପିର ଏକ ଉଚ୍ଚସ୍ତରୀୟ ଟିମ । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ କିଛି ସାଂସଦ ଓ ବିଧାୟକ ରହିଥିଲେ । ଯେଉଁମାନଙ୍କୁ ଝାରସୁଗୁଡା-ସମ୍ୱଲପୁର ସୀମା ଶ୍ରୀପୁରା ଛକରେ ପୋଲିସ ଅଟକାଇ ଥିଲା ପୋଲିସ । ଫଳରେ ପୋଲିସ-ବିଜେପି ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । ଏମିତି କି ବିଜେପି ପ୍ରତିନିଧି ମଣ୍ଡଳକୁ ପୋଲିସ ଗିରଫ ମଧ୍ୟ କରିଥିଲା । ଏପଟେ ଦଙ୍ଗା ସୃଷ୍ଟି କରିବା ବିଜେପିର ଚିନ୍ତାଧାରା ବୋଲି କହିଛି ବିଜେଡି । ଅନ୍ୟପଟେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ବସିଥିଲା ଗୁରୁତ୍ୱପୁର୍ଣ୍ଣ ବୈଠକ ।

ପଥର ମାଡ ପୋଡା ଜଳା ସାମ୍ପ୍ରଦାୟିକ ହିଂସା   ଏହାରି ଭିତରେ  ରାଜନୈତିକ ଟଣା ଓଟରା । ଯାହାକୁ ନେଇ ଏବେ ଚର୍ଚ୍ଚାରେ ସମ୍ୱଲପୁର । ମଙ୍ଗଳବାର ବିଜେପିର ଏକ ଉଚ୍ଚସ୍ତରୀୟ ଟିମ ସମ୍ୱଲପୁର ସ୍ଥିତି ଯାଞ୍ଚ ପାଇଁ ଯାଉଥିବା ବେଳେ ଝାରସୁଗୁଡା-ସମ୍ୱଲପୁର ସିମା ଶ୍ରୀପୁରା ଛକରେ ପୋଲିସ ଅଟକାଇ ଥିଲା ।  ଫଳରେ ବିଜେପି ରାଜ୍ୟ ସଭାପତି, ସାଂସଦ ବିଧାୟକଙ୍କ ସହ ପୋଲିସ କର୍ମୀଙ୍କ ଯୁକ୍ତିତର୍କ ହୋଇଥିଲା । ଯାହାକୁ ନେଇ ସିଧାସଳଖ ଭାବରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଆମ ଛାଇ ଦେଖିଲେ ନବୀନ ବାବୁ ଡରିବାକୁ ଲାଗିଲେଣି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ।  ସେହିପରି ଆମ ସାମ୍ୱିଧାନିକ କ୍ଷମତାକୁ ହତ୍ୟା କରାଯାଉଥିବା ଅଭିଯୋଗ ଆଣିଛନ୍ତି ସାଂସଦ ସୁରେଶ ପୁଜାରୀ । ଏପଟେ ବିଜେପିର ଚିନ୍ତାଧାର ରାଜ୍ୟରେ ଦଙ୍ଗା କରିବା । ତେଣୁ ସମ୍ୱଲପୁର ହିଂସାକୁ ବିଜେପି ଉସୁକାଇବାକୁ ଚେଷ୍ଟା କରୁଥିବା ପାଲଟା ଆରୋପ କରିଛି ବିଜେଡି ।

ସେପଟେ ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ଜିଲ୍ଲାପାଳ ଅଫିସରେ ବସିଥିଲା ଗୁରୁତ୍ୱପୁର୍ଣ୍ଣ ବୈଠକ । କିପରି ଶିଘ୍ର ସ୍ଥିତି ସ୍ୱାଭାବିକ ହୋଇପାରିବ ସେ ନେଇ ବିଶେଷ ଆଲୋଚନା ହୋଇଥିଲା । ତେବେ କର୍ଫ୍ୟୁ ସମୟରେ ଅଯଥାରେ ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । 

ଗୋଟିଏ ପଟେ ସହରରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ପ୍ରଶାସନ ପକ୍ଷରୁ ଅପିଲ ସହ ଅହରହ ଚେଷ୍ଟା ଚାଲିଛି । ଏହାରି ଭିତରେ ବିଜେପି ଟିମକୁ ସହର ଭିତରକୁ ନଛାଡିବା ପରିସ୍ଥିତି ଅଧିକ ଗୋଳମାଳିଆ କରିଛି ।

ସରୋଜ ସେଠ ଭୁବନେଶ୍ୱରରୁ ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *