ବ୍ଲକ ପାଲଟିଛି  ମଦ ବାର

Spread the love

ଯାଜପୁର: ସରକାରୀ ଅଫିସ ସାଜିଛି ମଦ ବାର। ଅଫିସରୁ ବାହାରୁଛି କୁଢ଼ କୁଢ଼ ମଦ ବୋତଲ । ଯାଜପୁର ବିଂଝାରପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏଠାକୁ ଯିବା ପାଇଁ ସାଧାରଣ ଲୋକେ ଭୟ କରୁଛନ୍ତି। ସେପଟେ ଏହି ଘଟଣାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସିସିଟିଭି ଲଗାଯିବା ନେଇ ପ୍ରତିଶୃତି ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ  ।

ବ୍ଲକ ପାଲଟିଛି  ମଦ ବାର। ଯାଜପୁର ବିଂଝାରପୁର ବ୍ଲକର ବିଭାଗୀୟ ଯନ୍ତ୍ରୀଙ୍କ ଗୃହରେ ପୁଳା ପୁଳା ମଦ ବୋତଲ ପଡ଼ିଥିବା ଭିଡ଼ିଓ ଭାଇରାଲ ହେଉଛି। ବ୍ଲକ ପରିସରରେ ଏଠି ସେଠି  ଗଡୁଛି ମଦ ବୋତଲ। ବ୍ଲକ ପରିସରରେ ଥିବା ପରିତ୍ୟକ୍ତ ଘର ଏବେ ମଦ ବୋତଲ ରଖିବା ପାଇଁ ବ୍ୟବହାର ହେଉଛି।  ଯାହାକୁ ଦେଖି ଲୋକେ ଭୟ କରୁଛନ୍ତି। ଯାହାକୁ ନିନ୍ଦା କରିଛନ୍ତି ବିରୋଧୀ।

ମଦ ଗନ୍ଧରେ ଫାଟି ପଡୁଛି ସମଗ୍ର ଅଞ୍ଚଳ। ବ୍ଲକ୍ କାର୍ଯ୍ୟାଳୟ ପରିସରରେ ପାନ, ଗୁଟ୍‌ଖା, ସିଗାରେଟ୍ ମଦ ଆଦିକୁ ନିଷେଧ କରାଯାଇଥିବା ବେଳେ ବ୍ଲକ ପରିସରକୁ କେମିତି ଆସିଲା ଏତେ ମଦ ବୋତଲ ତାହା ଏବେ ବଡ଼ ପ୍ରଶ୍ନ। ବ୍ଲକକୁ ଆସୁଥିବା କର୍ମଚାରୀ ମଦ ନେଇକି ଆସୁଛନ୍ତି ନା ଏଠି ଅଫିସ କୁ ବାର ଭଳି ବ୍ୟବହାର କରୁଛନ୍ତି। ଅନ୍ୟପଟେ ଏହି ଘଟଣାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସିସିଟିଭି ଲଗାଯିବା ନେଇ ଅତିରିକ୍ତ ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।

ତେବେ ଏଠାରେଖାଲି ମଦ ନା ଆଉ କିଛି କାରବାର ଚାଲିଛି ଯାହାର ଅଧିକ ତଦନ୍ତ ହେବା ନିହାତି ଜରୁରୀ ବୋଲି ସାଧାରଣରେ ଦାବି ହୋଇଛି।

ହିମାଂଶୁ କୁମାର ପାଢ଼ୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *