ବାଙ୍ଗଲାଦେଶ ଓ ପଶ୍ଚିମବଙ୍ଗ ମୁହାଁ ବାତ୍ୟା

Spread the love

ଭୁବନେଶ୍ବର:  ବାଙ୍ଗଲାଦେଶ ଓ ପଶ୍ଚିମବଙ୍ଗ ମୁହାଁ ବାତ୍ୟା। ୨୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ବର୍ଷା। ୨୪ ତାରିଖରୁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକରେ ପ୍ରବଳ ବର୍ଷା ସମ୍ଭାବନା । ୨୫ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର, କଟକ, କେନ୍ଦୁଝର, ଖୋର୍ଦ୍ଧା, ପୁରୀ ,ଗଂଜାମରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ସମୁଦ୍ର ଉପକୂଳରେ ସର୍ବାଧିକ ୭୦ କିଲୋମିଟର ବେଗରେ ପବନ ବହିପାରେ। ଲଘୁଚାପଟି କାଲି ଅବପାତ ଓ ୨୪ରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବୈଜ୍ଞାନିକ ସୂଚନା ଦେଇଛନ୍ତି । ବାତ୍ୟାର ରୂପାନ୍ତର ପରେ ଉତ୍ତର-ଉତ୍ତରପୂର୍ବକୁ ଦିଗ ବଦଳାଇବା ସହିତ ଏହା ଓଡ଼ିଶା ଉପକୂଳରୁ କିଛି ଦୂରରେ ରହି ପଶ୍ଚିମବଙ୍ଗ ମୁହାଁ ହେବ । ୨୫ ସୁଦ୍ଧା ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ପାଖରେ ବାତ୍ୟା ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେପଟେ ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ପ୍ରସ୍ତୁତଥିବା ଏସଆରସି କହିଛନ୍ତି। ଆଜି ୮ ଜିଲ୍ଲାର ଜିଲ୍ଲାପଳ ଓ ଜିଲ୍ଲା ସ୍ତରିୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ଏସଆରସି।

ସେପଟେ ରାଜ୍ୟରୁ ଫେରିଲା ମୌସୁମୀ । ରାଜ୍ୟରୁ ସମ୍ପୂର୍ଣ୍ଣ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ସାରା ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ହେବା ପାଇଁ ପାଗ ସମ୍ପର୍ଣ୍ଣ ଅନୁକୂଳ ରହିଛି ।

ଓଡ଼ିଶାକୁ ବାତ୍ୟାର ଡର ନଥିଲେ ମଧ୍ୟ ପ୍ରବଳ ବର୍ଷା ଏବେ ଚିନ୍ତାର କାରଣ ପାଲଟିଛି।

ଜ୍ୟୋତି ମଞ୍ଜରୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *