ଚିକେନ ଖାଇବାକୁ ନେଇ ହେତୁବାଦୀଙ୍କ ନାମରେ ମାମଲା

Spread the love

ଭୁବନେଶ୍ବର: ସୂର୍ଯ୍ୟପରାଗକୁ ହିନ୍ଦୁ ଶାସ୍ତ୍ରରେ ଦାନବ ରାହୁ ବା କେତୁ ଦ୍ବାରା ସୂର୍ଯ୍ୟଙ୍କୁ ଗ୍ରାସ କରାଯାଉଥିବା ଦର୍ଶାଯାଇଛି। ତେଣୁ ଶାସ୍ତ୍ର ଅନୁଯାୟୀ ପାକ ତ୍ୟାଗ ପାଇଁ ନିର୍ଦ୍ଦେଶ ରହିଛି। କିନ୍ତୁ ଦୀପାବଳି ଅବସରରେ ପଡିଥିବା ସୂର୍ଯ୍ୟପରାଗ କାଳରେ କିଛି ହେତୁବାଦୀ ଚିକେନ ବିରିୟାନି ଖାଇଥିଲେ । ଶାସ୍ତ୍ରବିଦିତ ପାକତ୍ୟାଗକୁ ସେମାନେ ଅବୈଜ୍ଞାନିକ ଦର୍ଶାଇଥିଲେ। ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି।

ହେଦୁବାଦୀ ପ୍ରଫେସର ପ୍ରତାପ ରଥଙ୍କୁ ନୋଟିସ୍‌ କରିଛନ୍ତି ଆଇନଜୀବୀ ସନ୍ଦିପନ ମିଶ୍ର । ତାଙ୍କ ବିରୋଧରେ କାହିଁକି ମାମଲା ହେବ ନାହିଁ ତାର ଉତ୍ତର ୭ ଦିନ ଭିତରେ ତଲବ କରାଯାଇଛି। ଏହି ସମୟ ଭିତରେ ଜବାନ ନ ଦେଲେ ମାମଲା ରୁଜୁ ହେବ ବୋଲି   ଚେତାବନୀ ଦିଆଯାଇଛି। ୭ ଦିନ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ନୋଟିସରେ କୁହାଯାଇଛି। ଏନେଇ ରଥଙ୍କ ପ୍ରତିକ୍ରିୟା ମିଳିପାରିନି ।

ସେପଟେ ଏହାକୁ ନେଇ ହେତିବାଦୀଙ୍କ ନାମରେ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ଅନ୍ୟପଟେ ଅଜଣା ନମ୍ବରରୁ ହତ୍ୟା ଧମକ ନେଇ ହେତୁବାଦୀମାନେ ପୁଲିସଠାରୁ ସୁରକ୍ଷା ଚାହିଁଛନ୍ତି।

Leave a Reply

Your email address will not be published. Required fields are marked *