ଭୁବନ ଦଶହରା ଓ ଐତିହାସିକ ବଳଦଯାତ୍ରା ଶେଷ

Spread the love

କାମାକ୍ଷାନଗର: ବେଶ ଧୂମଧାମରେ ପାଳନ ହୋଇ ଯାଇଛି ଭୁବନ ଦଶହରା ଓ ଐତିହାସିକ ବଳଦଯାତ୍ରା। ଆଜି ହେଉଛି ଭସାଣି ଉତ୍ସବ ବା ରାବଣ ପୁଡି। ପାଗ ଅନୁକୂଳ ଯୋଗୁ ବହୁ ସଂଖ୍ୟାରେ ଭକ୍ତଙ୍କ  ସମାଗମ ହେବ । ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ଏ ହେଉଛି ଢେଙ୍କାନାଳ ଜିଲ୍ଲା ଭୁବନର ଗଣ ପର୍ବ ଦଶହରା ଓ ଐତିହ୍ୟ ବଳଦ ଯାତ୍ରାର ଦୃଶ୍ୟ । ୧୩ଟି ମଣ୍ଡପରେ ମାଙ୍କ ବିଜୟା ଦଶମୀ ପୂଜା ସହ ଶୁଭ ଅନୁକୂଳ ହୋଇଥିଲା ଐତିହ୍ୟ ବଳଦ ଯାତ୍ରାର । ପ୍ରଥମେ ଥୋରିଆ ସମାଜ ତରଫରୁ ଥୁଡିଆ ବଳଦକୁ ସୁସଜିତ କରିବା ପରେ ଗଡିଶା ମାଛକୁ ଥୋରିଆ ସାହିର ମହିଳା ମାନେ ପୂଜାର୍ଚ୍ଚନା ବା ବନ୍ଦାପନା କରି ଏହି ବଳଦ ଯାତ୍ରାର ଶୁଭ ଅନୁକୂଳ କରିଥିଲେ । ପରେ ଅନ୍ୟ ସମ୍ପ୍ରଦାୟର ବଳଦ ଏହି ଯାତ୍ରାରେ ସାମିଲ ହୋଇଥିଲେ ।

କରୋନା ପରେ  ଚଳିତ ବର୍ଷ ଜାକଜମକରେ ଶୋଭାଯାତ୍ରା ବାହାରିଛି । ଏଥିପାଇଁ  ମେଢ଼ ଗୁଡିକ ବେଶ ସାଜସଜା ସହ ବଳଦକୁ ମହଣ କରାଯାଇଛି । ଚଳିତ ବର୍ଷ  ପ୍ରଥମ ଥର ପାଇଁ ଦୁର୍ଗା ମେଢ଼ ଭସାଣି ପୂର୍ବରୁ ମେଳଣ ହୋଇ ଯାତ୍ରାରେ ସାମିଲ ହୋଇଛି ।  ଆଗରୁ ସମସ୍ତ ପ୍ରତିଷ୍ଠାନ ପାଇଁ ଗୋଟିଏ  ଅନୁମତି ଅଣାଯାଉଥିଲା। ଚଳିତ ବର୍ଷ  ପ୍ରତି ପ୍ରତିଷ୍ଠାନ ସ୍ୱତନ୍ତ୍ର ଭାବେ ଅନୁମତି ପାଇଁ ପ୍ରଶାସନର ଅନୁମତି ମିଳିଛି । ଯାତ୍ରାକୁ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା ପାଇଁ ଏଗାର ଜଣିଆ ଶାନ୍ତି କମିଟି ସ୍ଥିର କରାଯାଇଛି |

ଏହି ଦୁର୍ଗାପୂଜାରେ ସବୁ ଭକ୍ତ ଶାନ୍ତି ଶୃଙ୍ଖଳାରେ ମାଙ୍କ ଦର୍ଶନ କରି ମାଙ୍କ ସାନିଧ୍ୟ ଲାଭ କରିଛନ୍ତି ।

ସୌମେନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *