ମାର୍ଚ୍ଚ୩୧ ସୁଦ୍ଧା ସବୁ ଥାନାରେ ଲାଗିବ ସିସିଟିଭି

ଭରତପୁର ଥାନାରେ କ୍ୟାପଟେନ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲାରେ ହାଇକୋର୍ଟରେ ଶୁଣାଣି ।  ଏଥିପାଇଁ ରାଜ୍ୟ ସରକାର ଜାରି କଲେ ସ୍ବତନ୍ତ୍ର ଏସଓପି ।  ଏ ନେଇ କୋର୍ଟଙ୍କୁ ଆଡଭୋକେଟ୍ ଜେନେରାଲ ଜଣାଇଛନ୍ତି ।  ସେନା ଅଧିକାରୀଙ୍କୁ ଥାନାରେ ବ୍ୟବହାର ନେଇ ଏସ୍ଓପି ଜାରି କରାଯାଇଛି ।  ଏକ କପି ହାଇକୋର୍ଟ ଓ ଆମିକସ୍ କ୍ୟୁରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।  ମାର୍ଚ୍ଚ ୩୧ ସୁଦ୍ଧା ସବୁ ଥାନାରେ ସିସିଟିଭି ଲଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ଜାରି ରହିଥିବା ନେଇ ହାଇକୋର୍ଟଙ୍କୁ ଅବଗତ କରାଗଲା ।  ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ।ଅନ୍ୟପଟେ ଥାନାରେ ସିସିଟିଭି ନେଇ ଏଡିଜିଙ୍କ ତରଫରୁ କୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି  ।  ବର୍ତ୍ତମାନ ସୁଦ୍ଧା ୯୬ ପ୍ରତିଶତ ଥାନାରେ ସିସିଟିଭି ଲାଗିଥିବା ଜାଣିବାକୁ ମିଳିଛି  ।  ତେବେ ବାତ୍ୟା ଦାନା ପ୍ରଭାବିତ ହୋଇଥିବା ବିଲ୍ଡିଂ କିମ୍ବା କିଛି ନୂଆ ବିଲ୍ଡିଂରେ ସିସିଟିଭି ବ୍ୟବସ୍ଥା ଆରମ୍ଭ କରାଯାଇ ନାହିଁ ବୋଲି ମଧ୍ୟ କୁହାଯାଇଛି ।  ତେଣୁ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଫାଣ୍ଡିରେ ସିସିଟିଭି ବ୍ୟବସ୍ଥା ହୋଇଯିବ ବୋଲି କହିଛନ୍ତି ଏଡିଜି ।  ୨୦୨୫ ମାର୍ଚ୍ଚ ମାସ ଭିତରେ ସମସ୍ତ ଫାଣ୍ଡି ସିସିଟିଭି ତଳେ ଚାଲିବ ବୋଲି ସେ ପ୍ରକାଶ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *