କଂଗ୍ରେସ ପକ୍ଷରୁ ରାଜ୍ୟସ୍ତରୀୟ ଅକ୍ଷିମୁଠି ଅନୁକୂଳ

ନ୍ୟାୟ ପଥରେ ସଂକଳ୍ପ, ସଂଘର୍ଷ ଓ ସମର୍ପଣ ଦ୍ବାରା ଚାଷୀଙ୍କ ହକ ପାଇଁ ଲଢ଼େଇ କରିବ କଂଗ୍ରେସ ।ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ବାନକ୍ରମେ ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା କଂଗ୍ରେସ କମିଟି ଓ ଜିଲ୍ଲା କିଷାନ କଂଗ୍ରେସର ମିଳିତ ଆନୁକୂଲ୍ୟରେ ପାରମ୍ପରିକ ରୀତିରେ କ୍ଷେତରେ ଅଖୁମୁଠି ଅନୁକୂଳ କରାଯାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗ୍ରାମପଞ୍ଚାୟତର କଲ୍ୟାଣପୁର ଠାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ଵଜିତ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଅକ୍ଷିମୁଠି ଅନୁକୂଳ ଉତ୍ସବରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ପାରମ୍ପରିକ ରୀତିରେ କ୍ଷେତରେ ଭୂମିପୂଜା କରିବା ସହିତ ଅକ୍ଷିମୁଠି ଅନୁକୂଳର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସଭାପତି ଶ୍ରୀଯୁକ୍ତ ଦାସ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ ଅକ୍ଷୟ ତୃତୀୟାର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ସୁଖ ସମୃଦ୍ଧି ଓ ପ୍ରଗତୀ କାମନା କରିଥିଲେ। ରାଜ୍ୟ ସରକାର ଚାଷୀଙ୍କୁ ନ୍ୟାୟ ଦେବା ଏବଂ ସେମାନଙ୍କର ହକ୍ ପୂରଣ କରିବା ଏକାନ୍ତ ଜରୁରୀ ବୋଲି ସେ କହିଥିଲେ । ଆଜି ଅକ୍ଷିମୁଠି ଶୁଭାରମ୍ଭର ଦିନ । ତେଣୁ ସରକାର ଚାଷୀମାନଙ୍କୁ ଆବଶ୍ୟକ ପରିମାଣର ଉନ୍ନତମାନର ବିହନ ସଠିକ ସମୟରେ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି । କୃଷକ ହେଲେ ଅନ୍ନଦାତା ରାଜ୍ୟ ଜନସଂଖ୍ୟାର ୭୦ ପ୍ରତିଶତରୁ ଉର୍ଦ୍ଧ୍ବ ଏହି ବର୍ଗର ଲୋକଙ୍କର ସାମଗ୍ରିକ ବିକାଶ ନହେଲେ ରାଜ୍ୟର ପ୍ରଗତି ସମ୍ଭବ ନୁହେଁ। ନଚେତ ନ୍ୟାୟ ପଥରେ ଚାଷୀଙ୍କ ହକ୍ ପାଇଁ ସଂକଳ୍ପ, ସଂଘର୍ଷ ଓ ସମର୍ପଣ ଦ୍ବାରା କଂଗ୍ରେସ ଲଢ଼େଇ ଜାରି ରଖୁବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ ।

ଉଦ୍‌ବୋଧନ ଦେଇ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ, ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ,ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ଓଡ଼ିଶା ସହ ପ୍ରଭାରୀ ଶ୍ରୀ ସାହାନଓ୍ୱାଜ ଚୌଧୁରୀ, ଏକ୍ରାମ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଚମ୍ପତ୍ତି ପ୍ରମୁଖ ଯୋଗଦେଇ ଅକ୍ଷୟ ତୃତୀୟ ଦିବସର ମହନୀୟତା ଓ କୃଷକ ସମାଜର ପ୍ରଗତୀ ପାଇଁ କଂଗ୍ରେସ ଦଳ ଅତିତରେ ଗ୍ରହଣ କରିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବାସହ ସମ୍ପ୍ରତି ଚାଷୀମାନଙ୍କର ମୌଳିକ ସମସ୍ୟାକୁ ରାଜ୍ୟ ସରକାର ଆଜିର ଦିନରେ ତୁରନ୍ତ ସମାଧାନ କରିବାକୁ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଶିବାନନ୍ଦ ରାୟ, ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ୟାସିର ନୱାଜ, କିଶୋର ଜେନା, ସମାଜସେବୀ ମୂରଲୀ ପ୍ରଧାନ, ପ୍ରକାଶ ଜେନା, ରଜନୀ ମହାନ୍ତି, ମିହିର ଆଚାର୍ଯ୍ୟ, ସତ୍ୟବ୍ରତ ନାୟକ, ପ୍ରଣତୀ ମିଶ୍ର, ଲିଙ୍ଗରାଜ ସାହୁ, ଜୟକୃଷ୍ଣ ସୁବୁଦ୍ଧି, ସାନ୍ତନୁ ସାହୁ, ଚିନ୍ମୟ ସୁନ୍ଦର ଦାସ, ସୁବ୍ରତ ମହାପାତ୍ର, ସୁଧାଂଶୁ ଦେଓ,ଦେଓ ପ୍ରସାଦ, ସୁଶାନ୍ତ ତ୍ରିପାଠୀ,ସୌମେନ୍ଦ୍ର ମହାନ୍ତି,ପ୍ରସନ୍ନ ନାୟକ, ଦୀପକ କୁମାର ମହାପାତ୍ର, ଅଶୋକ ଦାସ, ଗିତାଞ୍ଜଳି ମହାନ୍ତି,ଜୟଶ୍ରୀ ପାତ୍ର,ମନିଷା ଦାଶ ପଟ୍ଟନାୟକ,ଯୋଗିନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାଇକ ଆଖଡ଼ା, ସଂକୀର୍ତ୍ତନ, ହରିବୋଲ ହୁଳହୁଳି ଧ୍ୱନୀରେ ପିସିସି ସଭାପତି ଶ୍ରୀ ଦାସଙ୍କୁ ସ୍ବାଗତ କରାଯାଇ କ୍ଷେତ ନିକଟକୁ ପାଛୋଟି ନିଆଯାଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *