କମିଶନରଙ୍କ ବ୍ୟବାହାରକୁ ନେଇ ସିଏମସି ଅଫିସରେ ତାଲା

Spread the love

କଟକ: କମିଶନରଙ୍କ ବ୍ୟବାହାରକୁ ନେଇ ତମ୍ବି ତୋଫାନ। ସିଏମସି କାର୍ଯ୍ୟାଳୟ ରେ ତାଲା ପକାଇଲେ କର୍ପୋରେଟର । ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ଯାଇଥିବା କର୍ପୋରେଟର ମାନଙ୍କୁ କମିଶନର ଅଶାଳୀନ ଵ୍ୟଵହାର କରିଥିବା ଅଭିଯୋଗ ହୋଇଛି।  କମିଶନରଙ୍କ ଏଭଳି ଦୁର୍ବ୍ୟବହାର ପାଇଁ ତାଙ୍କର ଇସ୍ତଫା ଓ ବଦଳି ଦାବି କରି ବିଜୁ ପ୍ରତିମୂର୍ତ୍ତି ତଳେ  କର୍ପୋରେଟର ମାନେ ପ୍ରତିବାଦ କରିଥିଲେ। ଏହାସହ ଆସନ୍ତା କାଉନସିଲ ବୈଠକକୁ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି କର୍ପୋରେଟର ।

କର୍ପୋରେଟରଙ୍କ ହୋ ହାଲ୍ଲା ରେ କମ୍ପିଲା କଟକ ମହାନଗର ନିଗମ ସିଏମସି କମିଶନର ନିଖିଲ ପବନ କଲ୍ୟାଣଙ୍କ ନାଁ ରେ ସଙ୍ଗିନ ଅଭିଯୋଗ।  କର୍ପୋରେଟରଙ୍କୁ ଦୁର୍ବ୍ୟବହାର ଅଭିଯୋଗ ରେ ସିଏମସି ରେ ପଡିଲା ତାଲା । ମେୟର ଓ କମିଶନର ଙ୍କୁ ସମସ୍ତ 59 ଟି ୱାର୍ଡ ର କର୍ପୋରେଟର ତାଲା ପକାଇ ମୁଖ୍ୟ ଫାଟକ ଆଗରେ କମିଶନର ବିରୋଧି ନାରା ଦେଇଥିଲେ। ସବୁ କର୍ପୋରେଟଙ୍କ ମୁହଁରେ ବିରୋଧ ଆଉ ଅସନ୍ତୋଷ ର ପ୍ରତିଛବି । ସହରର ଅନେକ ୱାର୍ଡ ରେ ଜେଇଙ୍କ ବଦଳି ନକରିବା ନେଇ କମିଶନର ଙ୍କୁ ଭେଟିବା ସମୟରେ କମିଶନରଙ୍କର ସେମାନଙ୍କ ପ୍ରତି କୁ ଭାଷା ପ୍ରୟୋଗ କରିବାରୁ ଏହି ଝଡ଼ ଉଠିଥିବା କହିଛନ୍ତି କର୍ପୋରେଟର । ଆସନ୍ତା କାଉନ୍ସିଲ ବୈଠକ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ସମସ୍ତ କର୍ପୋରେଟର। 

ସେପଟେ ଘଟଣା କୁ ନେଇ କମିଶନର ଓ କର୍ପୋରେଟର ଙ୍କ ମଧ୍ୟରେ ଆପୋଷ ବୁଝାମଣା କରିବା ପାଇଁ ମେୟର ଚେଷ୍ଟା କରିଥିବା ସତ୍ତ୍ୱେ ବୁଝାମଣା ବିଫଳ ହୋଇଥିଲା ।  ତେବେ ଏହି ଘଟଣା କୁ ଅତି ଗୁରୁତ୍ବର ସହ ନିଆଯାଇ ସମାଧାନ କରାଯିବ ବୋଲି କହିଛନ୍ତି ମେୟର ।

ଜନ ପ୍ରତିନିଧି ଏବଂ ସରକାରୀ ଅଧିକାରୀଙ୍କ ମଧ୍ୟରେ ଏଭଳି ସମନ୍ୱୟ ର ଅଭାବ ରହିଲେ ସିଏମସି ର ଉନ୍ନୟନ ଯୋଜନା ଗୁଡିକର କାର୍ଯ୍ୟକାରିତା ହେବ ବାଧାପ୍ରାପ୍ତ ।

 ଦୀପ୍ତିରଞ୍ଜନ ଶତପଥୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *