ନବ କିଶୋର ଦାସ ହତ୍ୟା ମାମଲା, ଝାରସୁଗୁଡ଼ା କୋର୍ଟରେ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଂଚ

Spread the love

ଝାରସୁଗୁଡ଼ା : ବହୁ ଚର୍ଚ୍ଚିତ ନବ କିଶୋର ଦାସ ହତ୍ୟା ମାମଲାରେ ଗତକାଲି ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଂଚ । ଅଭିଯୁକ୍ତ ଗୋପାଳ ଦାସ ବ୍ୟକ୍ତିଗତ କାରଣରୁ ଏବଂ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରିଥିବା ଏଥିରେ ଉଲ୍ଲେଖ ରହିଛି । ତଦନ୍ତ ଅଧିକାରୀ ଏନେଇ ବଳିଷ୍ଠ ପ୍ରମାଣ ରଖିଛନ୍ତି ।   

ପ୍ରକାଶ ଥାଉକି, ଗତ ଜାନୁଆରୀ ୨୯ ତାରିଖ ମଧ୍ୟାହ୍ନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ବ୍ରଜରାଜନଗର ଗାନ୍ଧି ଛକରେ ମନ୍ତ୍ରୀ ନବ କିଶୋରଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ତାଙ୍କ ଛାତିରେ ଗୁଳି ବାଜିଥିଲା । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେହିଦିନ ସଂନ୍ଧ୍ୟାରେ ୬୧ ବର୍ଷିୟ ନବକିଶୋରଙ୍କ ପରଲୋକ ଘଟିଥିଲା ।

Leave a Reply

Your email address will not be published. Required fields are marked *