କଟକ
ବ୍ରିଜରୁ ଖସିଲା ଟ୍ରକ

କଟକ: କଟକ କାଠଯୋଡ଼ି ନଦୀ ବ୍ରିଜ ନିକଟରେ ଅଘଟଣ। ଭାରସାମ୍ୟ ହରାଇ ନଦୀ ମଧ୍ୟକୁ ମାଡିଗଲା ମାଛ ବୋଝୋଇ ଟ୍ରକ। ଆନ୍ଧ୍ରରୁ ଟାଟା ଅଭିମୁଖେ ମାଛ ନେଇ ଯାଉଥିବା ବେଳେ ଘଟିଛି ଅଘଟଣ। ପ୍ରାଥମିକ ତଦନ୍ତରୁ କୌଣସି ମୃତାହତ ଖବର ମିଳିନଥିବା ବେଳେ ଟ୍ରକଟିର କ୍ଷତି ହୋଇଥିବା ଜଣାପଡିଛି। ଉଭୟ ଟ୍ରକ ଡ୍ରାଇଭର ଓ ହେଲ୍ପରଙ୍କର କୌଣସି କ୍ଷୟକ୍ଷତି ହୋଇନାଥିବା ଜଣାପଡିଛି। ତେବେ ମାଛ ପେଟି ଗୁଡିକ ଅନଲୋଡ଼ ସରିବା ପରେ ହିଁ ୨୦ଫୁଟ ତଳେ ଥିବା ଟ୍ରକ ଟିକୁ ଉଦ୍ଧାର କରାଯିବ । ଷ୍ଟ୍ରେରିଂ ଫେଲ ହୋଇଯିବାରୁ ଗାଡିଟି ନିୟନ୍ତ୍ରଣ ହରାଇଥିବା କହିଛନ୍ତି ଟ୍ରକ ଡ୍ରାଇଭର ।