ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚର ର ଆନ୍ଦୋଳନ ପାଇଁ ପ୍ରସ୍ତୁତି, ଆଜି ଠାରୁ କଳାବ୍ୟାଜ ଧାରଣ

Spread the love

ମାଲକାନଗିରି : ମାଲକାନଗିରି ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚରର ଆନ୍ଦୋଳନ ଧୀରେ ଧୀରେ ତେଜିବାକୁ ଲାଗିଛି । ୨୨ତାରିଖରୁ ସମସ୍ତ ଅମଲା ମାନେ କଳାବ୍ୟାଜ ଧାରଣ କରିବେ । ଦାବୀପୁରଣ ନହେଲେ ଆସନ୍ତା ୧ ତାରିଖରୁ ରୁ ସମୂହଛୁଟିରେ ଯିବା ପାଇଁ ନିଷ୍ପତି ନେଇଛନ୍ତି । ଆଜି ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚର ସଭାପତି ଲକ୍ଷ୍ମୀନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚର ଆବାହକ ଶ୍ୟାମସୁନ୍ଦର ନାୟକ ସୂଚନା ଦେଇଛନ୍ତି ।ମିଳିତ ଅମଲା ମଂଚପକ୍ଷରୁ ଜାରୀ କରାଯାଇଥିବା ପ୍ରେସ ନୋଟ ରେ ଉଲେଖ୍ୟ ରହିଛି ।

ଭାରତ ସ୍ୱାଧୀନତା ପରଠାରୁ ଅମଲା ଜାତି ଅବହେଳିତ ଓ ନିଷ୍ପେତିତ । ଏଯାବତ ଏହି ବର୍ଗର କର୍ମଚାରୀ ମାନଙ୍କ ବେତନରେ କୌଣସି ପ୍ରକାରର ଅଭିବୃଦ୍ଧି କରାଯାଇ ନାହିଁ । ଏଥିପାଇଁ ସମଭାବାପନ୍ନ ଜିଲ୍ଲାସ୍ତରୀୟ ଅମଲା ସଂଗଠନ ମାନେ ଏକଜୁଟ୍ ହୋଇ ଗତ ୦୯ / ୦୪ / ୨୦୨୩ ତାରିଖରେ ନିଷ୍ପତି ନେଇ ୨୧/ ୦୪ / ୨୦୨୩ ତାରିଖରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ ତରଫରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲା ପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ୩୦ / ୦୪ / ୨୦୨୩ ତାରିଖ ସୁଦ୍ଧା ସରକାର ଅଲୋଚନାକୁ ନ ଡାକିବାରୁ ୦୧ / ୦୫ / ୨୦୨୩ ତାରିଖରେ ରାଜ୍ୟ ମିଳିତ ଅମଲା ମଞ୍ଚର ନେତୃମଣ୍ଡଳୀଙ୍କ ଦ୍ୱାରା ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଏକ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଚେତାବନୀ ଦିଆଯାଇଥିଲା ଯେ ୨୧ / ୦୫ / ୨୦୨୩ ତାରିଖ ସୁଦ୍ଧା ଜିଲ୍ଲାସ୍ତରୀୟ ଅମଲାମାନଙ୍କର ଏକ ମାତ୍ର ଦାବି \” ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଭିତିରେ ଜିଲ୍ଲାସ୍ତରୀୟ କନିଷ୍ଠ ଅମଲା ମାନଙ୍କର ମୂଳ ଦରମା ୯୩୦୦ ଟଙ୍କା ସହିତ ଗ୍ରେଡପେ ୪୨୦୦ ଟଙ୍କା ଓ ଲେଭେଲ୍ – ୯ \” ଅନୁଯାୟୀ ଦରମାନିର୍ଦ୍ଧାରଣ ସଂମ୍ପର୍କରେ ଯଦି କୌଣସି ସକରାତ୍ମକ ପଦକ୍ଷେପ ଗ୍ରହଣ ନକରନ୍ତି ତାହାଲେ ଜିଲ୍ଲାସ୍ତରୀୟ ଅମଲାମାନେ ଆନ୍ଦୋଳନରେ ସାମିଲ ହୋଇ ନିଜର ନ୍ୟାର୍ଯ୍ୟ ଦାବି ହାସଲ ନିମନ୍ତେ ୨୨ / ୫ / ୨୦୨୩ ତାରିଖ ଠାରୁ ୩୧ / ୫ / ୨୦୨୩ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ପରିଧାନ କରିବେ । ଏଥିରେ କୌଣସି ସୁଫଳ ନମିଳିଲେ ୧ / ୬ / ୨୦୨୩ ତାରିଖ ଠାରୁ ଦାବି ହାସଲ ନହେବାଯାଏଁ ଅନିର୍ଦ୍ଦିଷ୍ଟ କାଳ ପର?୍ୟ୍ୟନ୍ତ ସମୂହ ଛୁଟିରେ ରହିବେ । ତେଣୁ ଅଦ୍ୟତା ୨୧ / ୦୫ / ୨୦୨୩ ତାରିଖ ସୁଦ୍ଧା ସରକାର ଅମଲାମାନଙ୍କର ଦାବି ପ୍ରତି କୌଣସି ସକରାତ୍ମକ ପଦକ୍ଷେପ ଗ୍ରହଣ କରିନଥିବାରୁ ରାଜ୍ୟ ମିଳିତ ଅମଲା ମଂଚର ନିଷ୍ପତିକୁ ସମ୍ମାନ ଜଣାଇ ମାଲକାନଗିରି ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚର ସମସ୍ତ ସଦସ୍ୟ ମାନେ ତ ୨୨ / ୫ / ୨୦୨୩ ତାରିଖ ଠାରୁ ୩୧ / ୫ / ୨୦୨୩ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ପରିଧାନ କରିବେ । ଏଥିରେ ସୁଫଳ ନ ମିଳିଲେ ଆସନ୍ତା ୧ / ୬ / ୨୦୨୩ ତାରିଖ ଠାରୁ ଦାବି ହାସଲ ନହେବାଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ରହିବାକୁ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତ ନିଷ୍ପତି ଗ୍ରହଣ କରାଯାଇଛି । ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚର ଆବାହକ ଶ୍ୟାମ ସୁନ୍ଦର ନାୟକଙ୍କ ଆହ୍ୱାନ କ୍ରମେ ଓ ଲକ୍ଷ୍ମୀ ନାରାୟଣ ସେଠୀ , ମିଳିତ ଅମଲା ମଂଚର ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଆୟୋଜିତ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚର ସାଧାରଣ ପରିଷଦ ବୈଠକରେ ଉପସ୍ଥିତ ଅମଲା ମାନଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟ ଭାର ହସ୍ତାନ୍ତର କରାଗଲା । ମାଲକାନଗିରି ଜିଲ୍ଲାର କୋଣ ଅନୁକୋଣରେ ମିଳିତ ଅମଲା ମଂଚ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବ୍ୟାନର, ପୋଷ୍ଟର, ଲିଫଲେଟ୍ ମାଧ୍ୟମରେ ଆନ୍ଦୋଳନର ବହୁଳ ପ୍ରସାର ଓ ପ୍ରଚାର ନିମନ୍ତେ ଅମଲା ମାନଙ୍କୁ ଏହି ସାଧାରଣ ପରିଷଦ ବୈଠକ ରେ ପରାମର୍ଶ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *