ଜାତି କି ଧର୍ମ ନୁହେଁ ମାନବିକତା ମୂଲ୍ୟବୋଧକୁ ବୁଝି ରକ୍ତଦାନ କର- ପୋଲିସ ଡିଜି

Spread the love

ସୁବର୍ଣ୍ଣପୁର : କମିଶନରେଟ ପୋଲିସ ପକ୍ଷରୁ ଆୟୋଜିତ ରକ୍ତବନ୍ଧୁ ସମ୍ବର୍ଦ୍ଧନା ସମାରୋହ ରେ ପୋଲିସ ମହାନର୍ଦ୍ଦେଶକ ସୁନୀଲ ବଂଶଲ ଏ ସ୍ୱତନ୍ତ୍ର ମେସଜ୍ ଗତକାଲି ରକ୍ତବନ୍ଧୁଙ୍କୁ ପ୍ରଦାନ କରିଥିଲେ କ୍ଷ ରକ୍ତ ଦାନ କ୍ଷେତ୍ର ରେ ବିପ୍ଲବ ହେତୁ ଓଡ଼ିଶା ପୋଲିସର ମହା ନିର୍ଦ୍ଦେଶକଙ୍କ ଠାରୁ ଭୁବନେଶ୍ୱର ପୋଲିସ ସେବା ଭବନ ଠାରେ କମିଶନର ଅଫିସର ରକ୍ତବନ୍ଧୁ ସମର୍ଦ୍ଧନା କାର୍ଯକ୍ରମରେ ସୁବର୍ଣ୍ଣପୁରର ପୋଲିସ ହାବିଲଦାର ମନୋଜ ପଣ୍ଡା ଗତକାଲି ସମ୍ବର୍ଦ୍ଧିତ ହୋଇଛନ୍ତି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁନିଲ ବଂଶଲ୍ , କମିଶନର ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ (କଟକ- ଭୁବନେଶ୍ୱର) ଆଡିସନାଲ ଡିସିପି ଡ଼. ଉମାଶଙ୍କର ଦାଶ ଆଇପିଏସ୍‌, ଶ୍ରୀ ପ୍ରତୀକ ସିଂ ଡିସିପି ଭୁବନେଶ୍ୱର ଆଇପିଏସ୍ , ଡ. ଲକ୍ଷ୍ମୀଧର ସାହୁ ନିର୍ଦ୍ଦେଶକ କେପିଟାଲ ହସ୍‌ପିଟାଲ ଭୁବନେଶ୍ୱର, ଆଡିସନାଲ ଡିସିପି ଅଶୋକ ପାଣିଗ୍ରାହୀ ଓ ରକ୍ତବନ୍ଧୁ ସଂଯୋଜକ ହାବିଲଦାର ସିଦ୍ଧେଶ୍ୱର ସାମଲ ରାଜ୍ୟର ରକ୍ତ ଦାତା ତଥା ଉଦ୍ୟୋକ୍ତକ୍ଷ ମାନଙ୍କୁ ସମ୍ବର୍ଦ୍ଧିତ କରି କହିଛନ୍ତି ଯେ, ରକ୍ତ ର କିଛି ସ୍ପେସିଫିକ ରିଲିଜନ ନାହିଁ, କିମ୍ବା କାଷ୍ଟ ନାହିଁ, ଏବଂ କିଛି କମ୍ୟୁନିଟି, କେଟେଗୋରି ନାହିଁ ବୋଲି ମତରଖି ରକ୍ତଦାନ କରୁଥିବା ଓ ଏଥିପାଇଁ ଯୁବକମାନଙ୍କୁ ପ୍ରୋତ୍ସାହନ ଦେଉଥିବା ପୋଲିସ ଓ ସମାଜସେବୀ ଅନୁଷ୍ଠାନ କୁ ପୋଲିସ ଡିଜି ପ୍ରଶଂସା କରିଥିଲେ କ୍ଷ ଏବଂ ରକ୍ତଦାନ ଅନେକାଂଶରେ ଲୋକଙ୍କୁ ଯୋଡି ପାରିଛି ବୋଲି କହିଥିଲେ କ୍ଷ ମୋ ପାଇଁ ଏହା ଏକ ଅଭୁଲା ମୂହୁର୍ତ, ବିଗତ ତଥା ବର୍ତମାନର ଏସପିଙ୍କ ପ୍ରେରଣା, ଗୁରୁଜନଙ୍କ ଆଶୀର୍ବାଦ ଓ ଭଲପାଇବା, ରକ୍ତଦାତା ଓ ମିଡ଼ିଆଙ୍କ ସହଯୋଗ, ତଥା ନିସ୍ୱାର୍ଥପର, ଉତ୍ସର୍ଗୀକୃତ ସେବା, ତ୍ୟାଗ ବଳରେ ଏହି ସମ୍ମାନ ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପଣ୍ଡା ଆଜି ସୁବର୍ଣ୍ଣପୁର ଠାରେ ସାମ୍ବାଦିକଙ୍କୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମେ ଆମେ ଫିଟ ଏଣ୍ଡ ଫାଇନ ରହିଲେ ଅନ୍ୟଙ୍କୁ ସେବା ଯୋଗାଇ ପାରିବା । ଯାହାକି କେବଳ ଯୋଗ ପ୍ରାଣାୟାମ ଓ ମନ୍ଦିର ମାଳିନୀ ସହର ର ସ୍ୱଚ୍ଛତା, ପରିବେଶ ସେବା ସାଙ୍ଗକୁ ସର୍ବଦା ଦୟା ଓ ସକାରାତ୍ମକ ଚିନ୍ତାଧାରା ହିଁ ମୋର ଆତ୍ମବିଶ୍ୱାସ ବଢ଼ାଇ ପାରିଛି ବୋଲି ମନୋଜ କହିଛନ୍ତି । ଆଜି ପୁଣି ଏକ ସ୍ୱତନ୍ତ୍ର କାର୍ଯକ୍ରମରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ରକ୍ତବଂଧୁ ମନୋଜ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ମନୋଜ ହେତୁ ଜିଲ୍ଲା ପୋଲିସ ଆଜି ଗର୍ବିତ ବୋଲି କହିଛନ୍ତି । ଆଗାମୀ ଦିନରେ ରକ୍ତର ଅଭାବକୁ ଜିଲ୍ଲାରେ କରାଇ ନଦେବାକୁ ଜିଲ୍ଲା ପୋଲିସ ସଂପୂର୍ଣ୍ଣ ନିଷ୍ଠାର ସହିତ କାର୍ଯ କରି ପ୍ରକୃତ ରକ୍ତବଂଧୁ ସୃଷ୍ଟି କରିବ ବୋଲି କହିଛନ୍ତି । ଏ ଖବରରେ ସୋନପୁରର ସବୁ ମହଲରେ ଖୁସିର ଲହର ଖେଳି ହୋଇଛି ।

Leave a Reply

Your email address will not be published. Required fields are marked *