
କଳାହାଣ୍ଡି: ବିଜୁ ଏକ୍ସପ୍ରେସ ଓ୍ଵେ ଧର୍ମଗଡ଼ ଥାନା ଗଡିଆଯୋର ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା। ଜଣକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଧକ୍କା ଦେଇଥିବା ବାଇକ ଘଟଣା ସ୍ଥଳରୁ ଫେରାର ରହିଛି।
ସୁଚନା ଅନୁଯାୟୀ ଧର୍ମଗଡ଼ ବ୍ଳକ ତେଣ୍ଡାପାଲି ପଞ୍ଚାୟତ ସାନକେନ୍ଦୁଗୁଡା ଗ୍ରାମର ସୁକଦାସ ତାଣ୍ଡି ଓ ତାଙ୍କ ଜ୍ବାଇଁ ଗଣେଷ ଛତ୍ରିଆ ଏକ ବାଇକ ଯୋଗେ ଧର୍ମଗଡ଼ ପଟୁ ନିଜ ଗାଁ କୁ ଫେରୁଥିବା ସମୟରେ ଗଡିଆଯୋର ଠାରେ ଅନ୍ୟ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଫଳରେ ସୁକଦାସ ଏବଂ ଗଣେଶ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଘଟଣାସ୍ଥଳରେ ହିଁ ସୁକଦାସଙ୍କ ମୃତ୍ୟୁ ହୋଇଥିବା ବେଳେ ଗଣେଶଙ୍କ ଅବସ୍ଥା ଗୁରୁତର ରହିଛି। ଗଣେଷଙ୍କୁ ଆମ୍ଵୁଲାନ୍ସ ଯୋଗେ ପ୍ରଥମେ ଧର୍ମଗଡ଼ ଉପଖଣ୍ଡ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ପରେ ଅନ୍ୟ ବାଇକ ଚାଳକ ଫେରାର ମାରିଛି । ଅନ୍ୟପଖେ ପୋଲିସ ଘଟଣା ସ୍ଥଳରେ ପହିଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି ।