ନିଳାଦ୍ରୀବିହାରରେ ଉଡୁଛି ଡ୍ରୋନ୍

Spread the love

ଭୁବନେଶ୍ବର: ମଶାଙ୍କ ଦମନ ପାଇଁ ଡ୍ରୋନ୍ ବ୍ୟବସ୍ଥା । ଏପରି ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛି ବିଏମ୍ସି । ରାଜଧାନୀରେ ଡ୍ରୋନ୍ ମାଧ୍ୟମରେ ଆରମ୍ଭ ହୋଇଛି ମଶା ଉତ୍ପତ୍ତିସ୍ଥଳର ସର୍ବେକ୍ଷଣ । ପ୍ରଥମେ ନିଳାଦ୍ରୀବିହାର ସେକ୍ଟର-୩ ୱାର୍ଡ ଅଫିସରେ ମଶା ଉତ୍ପତି ସ୍ଥଳ ଖୋଜିବାକୁ ପରୀକ୍ଷା ମୂଳକ ଭାବେ ଡ୍ରୋନ ବ୍ୟବହାର ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଡ୍ରୋନରେ ମଶା ଲାର୍ଭା ନଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି l

ମଶା ପାଇଁ ଉଡିଲା ଡ୍ରୋନ୍ । ରାଜଧାନୀରେ ମଶା ଉତ୍ପତ୍ତି ସ୍ଥଳର ହେବ ସର୍ବେକ୍ଷଣ । ରାଜଧାନୀ ଭୁବନେଶ୍ୱରରେ ମଶାଙ୍କ ପାଦୁର୍ଭାବ ବଢିଥିବା ବେଳେ ମଶାଙ୍କ ଦମନ ପାଇଁ ବିଏମ୍ସି ଏପରି ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛି । ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା । ଡ୍ରୋନ କ୍ୟାମେରାରେ ନାଳ, କେନାଲ, ଡ୍ରେନ ଅଞ୍ଚଳର ଫଟୋ ନେଇ ସେହି ଅଞ୍ଚଳରେ ଔଷଧ ଛିଞ୍ଚନ କରାଯିବ ।

ପୂର୍ବରୁ ମଶାଙ୍କ ବିନାଶ ପାଇଁ ମଶା ବ୍ରିଡିଂ ସେଣ୍ଟରକୁ ନଷ୍ଟ କରାଯାଉଥିଲା । ମଶା ତେଲ ସିଞ୍ଚନ ହେଉଥିଲା । ସନ୍ଧ୍ୟା ହେଲେ ବିଏମ୍ସି ପକ୍ଷରୁ ଧୁଆଁ ମଧ୍ୟ କରାଯାଉଥିଲା । ହେଲେ ଏବେ ଆଉ ସେପରି ହେଉ ନଥିବା ଅଭିଯୋଗ ଆଣିଛନ୍ତି ରାଜଧାନୀବାସୀ ।

ପୁରା ରାଜଧାନୀରେ ୭୦୦ରୁ ଉର୍ଦ୍ଧ୍ବ ବସ୍ତି ରହିଥିବାବେଳେ ଗୋଟିଏ ଡ୍ରୋନ କେତେ ଦିନରେ ମଶା ବଂଶ ନଷ୍ଟ କରିବ ସାଧାରଣରେ ପ୍ରଶ୍ନ ଉଠିଛି । ଅନ୍ୟପଟେ ପ୍ରତ୍ୟେକ ୱାର୍ଡ ରେ ମଶା ତେଲ ଓ ଧୁଆଁ ଦେବା ପାଇଁ ଦୁଇଟି ଲେଖାଏ ଟିମ୍ ଅଛନ୍ତି ବୋଲି କହିଛନ୍ତି ସିଟି ହେଲ୍ଥ ଅଫିସର ।

ତେବେ ପୂର୍ବରୁ ମଶାଙ୍କ ବିନାଶ ପାଇଁ ବିଭିନ୍ନ ପଦକ୍ଷପ ନିଆଯାଇଥିଲେ ବି ମଶାଙ୍କ ବଂଶ ବିନାଶରେ ସ୍ଥାୟୀ ସମାଧାନ ହୋଇପାରି ନଥିଲା । ଆଉ ଏବେ ଡ୍ରୋନ ରାଜଧାନୀବାସୀଙ୍କ ପାଇଁ କେତେ ସହାୟ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।

ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *