ଭୁବନେଶ୍ବର: ରାଜଧାନୀରେ ମଶା ଦମନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି l ଡ୍ରୋନ ସାହାଯ୍ୟରେ ସିଞ୍ଚନ ହେବ କେମିକାଲ l ହଟସ୍ପଟ ସାଜିଥିବା ନୀଳାଦ୍ରି ବିହାରରୁ ଆରମ୍ଭ ହେବ ଏହି ଅଭିଯାନ l ଘରୋଇ ହେଲଥ କେୟାର ସହ ବିଏମସି ଏମଓୟୁ ସ୍ଵାକ୍ଷର ହୋଇ ମିଳିତ ଉଦ୍ୟମରେ ଆରମ୍ଭ ହେବାକୁ ଯାଉଛି ଅଭିଯାନ l ସେପଟେ ଏବେବି ମଶା ଭୟରେ କବଳିତ ଅଛନ୍ତି ରାଜଧାନୀବାସୀ l
ସ୍ମାର୍ଟ ରାଜଧାନୀରେ ମଶାଙ୍କ ରାଜ..! ମଶା କାମୁଡାରେ ନୟାନ୍ତ ହେଲେଣି ସ୍ମାର୍ଟ ସହରର ସ୍ମାର୍ଟ ଲୋକ…! ଅପହଞ୍ଚ ଜାଗାକୁ ପହଁଚିବ ଡ୍ରୋନ l ମଶାଙ୍କ ଆତଙ୍କର ହେବ ଦମନ l ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ ହୋଇଛି ଟ୍ରାଏଲ l ଡ୍ରୋନ ସହାୟତାରେ ସିଞ୍ଚନ ହେବ କେମିକାଲ l ମରିବେ ରାଜଧାନୀ ମଶା l ମଶା ବଂଶବୃଦ୍ଧି ରୋକିବାକୁ ବିଏମସିର ଆରମ୍ଭ କରିଛି ଟ୍ରାଏଲ l ବେଇଟ ଲୋଜିଟେକ ଆଣ୍ଡ ସ୍ନାୟୁ ହେଲଥ କେୟାର କଂସାର୍ଟିୟମ ସହ ବିଏମସିର ଏମଓୟୁ ସ୍ୱାକ୍ଷରିତ ହୋଇଛି । ରବିବାର ଠାରୁ ଆରମ୍ଭ ହେବ ଡ୍ରୋନ ସର୍ଭେ । ୧୪ନମ୍ବର ୱାର୍ଡରୁ ଆରମ୍ଭ ହେବ ଡ୍ରୋନ ସର୍ଭେ ଓ କେମିକାଲ ସିଞ୍ଚନ ଅଭିଯାନ। ନିଳାଦ୍ରୀବିହାର ଅଞ୍ଚଳରୁ ଆରମ୍ଭ ହେବ ଏହି ମଶା ଦମନ ଅଭିଯାନ। ଅନେକ ସମୟରେ ଡେଙ୍ଗୁ ପାଇଁ ସମ୍ବେଦନଶୀଳ ଅଞ୍ଚଳ ହୋଇ ରହିଆସିଛି ନୀଳାଦ୍ରିବିହାର ଅଞ୍ଚଳ । ସେପଟେ ଅଭିଯାନ ଆରମ୍ଭ ପରେ,ପର୍ଯ୍ୟାୟ କ୍ରମେ ବିଏମସିର ସବୁ ୱାର୍ଡରେ ହେବ ଡ୍ରୋନ ସର୍ଭେ ଓ ସ୍ପ୍ରେ କାର୍ଯ୍ୟ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ କମିଶନର । ସେପଟେ ମଶାଙ୍କୁ ଦମନ କରିବା ପାଇଁ ଏହି ନୂଆ ପ୍ରୟାସ ବା ଅଭିଯାନ ସମ୍ପୂର୍ଣ୍ଣ ସହାୟତା ହେବ ଓ ଏହାକୁ ବ୍ୟାପକ କରିବାକୁ ଲକ୍ଷ୍ୟ ନେଇ କାମ କରିବ ବିଏମସି ବୋଲି କହିଛନ୍ତି ନିଗମ ସ୍ୱାସ୍ଥ୍ୟ ଅଧିକାରୀ l
ମଶା ପାଇଁ ବେଶ ହନ୍ତସନ୍ତ ହେଲେଣି ରାଜଧାନୀବାସୀ l ଅନେକ ଅସନ୍ତୋଷ ସହ ବିଏମସି ଉପରେ ଖୁବ ବର୍ଷୀଥିଲେ ଜନସାଧାରଣ l ହେଲେ ଏବେ ଡ୍ରୋନ ସହାୟତାରେ ହେବାକୁ ଯାଉଥିବା ମଶା ଦମନ ଅଭିଯାନ କୁ ସ୍ବାଗତ କରିଛନ୍ତି ରାଜଧାନୀବାସୀ l ପୂର୍ବରୁ ମଶା ଧୂଆଁ ସବୁ ସ୍ଥାନରେ ପହଁଚି ପାରୁନଥିଲା ହେଲେ ଏହି ଡ୍ରୋନ ସହାୟତାରେ କେମିକାଲ ସିଞ୍ଚନ ସବୁ ସ୍ଥାନରେ ପହଂଚିପାରିବ ତେଣୁ ରାଜଧାନୀବାସୀ ଏକରକମ ଆଶ୍ବସ୍ତି ପାଇଥିବା ଦେଖାଦେଇଛି l
ଦିନକୁ ଦିନ ମଶାଙ୍କ ଆତଙ୍କ ଅପରିଷ୍କାର ଜାଗାରେ ବଢ଼ିବାରେ ଲାଗିଛି l ଏଭଳି ସ୍ଥିତିରେ ଡ୍ରୋନ କେତେ ମଶା ଦମନ କରିବ ତାହା ସମୟ କହିବ, କିନ୍ତୁ ନିଜେ ସତର୍କ ସଚେତନ ରହିଲେ ହିଁ କୌଣସି ବିପଦ ଆସିବ ନାହିଁ ବୋଲି ଏଥିରେ କୌଣସି ସନ୍ଦେହ ନାହିଁ l
ସିମ୍ପୁଲ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now