ଚିଲିକା ମଇଁଷି କ୍ଷୀରରେ ରହିଛି  ରୋଗ ପ୍ରତିରୋଧକ ବ୍ୟାକ୍ଟେରିଆ

Spread the love

ବ୍ରହ୍ମଗିରି/ଭୁବନେଶ୍ବର: ଚିଲିକା ଅଞ୍ଚଳ ମଇଁଷି କ୍ଷୀରରେ ରହିଛି  ରୋଗ ପ୍ରତିରୋଧକ ବ୍ୟାକ୍ଟେରିଆ। ଗବେଷଣାରୁ ଆସିଛି ଏପରି ତଥ୍ୟ । ଏପରି ଖବର ଆସିବା ପରେ ଚିଲାକା  ଅଂଚଳରେ ଖେଳିଯାଇଛି ଖୁସିର ଲହରି । ଏହାସହ ବିଶ୍ୱକୁ ଏକ ନୂଆ ସଞ୍ଜୀବନି  ମିଳିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଗବେଷକ ।

ଚିଲିକା ମଇଁଷିକୁ ନେଇ ସବୁଠି ଚର୍ଚ୍ଚା । କାରଣ ଏହା ଦେଶରେ ବିରଳ । ଏହାସହ ଏହାର କ୍ଷୀର ଓ ଦହିରେ  ରହିଛି ଅନେକ ଔଷଧୀୟ ଗୁଣ । ଯାହାର ରୋଗ  ପ୍ରତିରୋଧ କରିବାରେ ହେବ ସହାୟକ । ଏମିତି ଏକ ଗବେଷଣା କରିଛନ୍ତି ଓୟୁଏଟିର ଆନିମଲ ଜେନେଟିକ୍‌ ବିଭାଗର ବରିଷ୍ଠ ଗବେଷକ ପ୍ରଫେସର ସୁଶାନ୍ତ ଦାସ । ମୁଖ୍ୟତଃ କ୍ଷୀର ଓ ଦହିରେ ଥିବା ୩ଟି ଉପାଦାନକୁ ନେଇ ଚାଲିଛି ଏହି ଗବେଷଣା । ଯଥା ମେଟାଜିନୋମିକ, ମେଟାବୋଲାଇଟ, ବାଇମଲିକୁଲାର କୁ ନେଇ ଗବେଷଣା କରାଯାଉଥିବା ବରିଷ୍ଠ ଗବେଷକ କହିଛନ୍ତି । ସେମାନଙ୍କ କ୍ଷୀରରେ ଆଉ ୩ଟି ଅତି ଉପକାରୀ ଉପାଦାନ ସହ ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିର ଅତ୍ୟଧିକ କ୍ଷମତା ରଖେ। ଯାହା ଅନ୍ୟ ମଇଁଷୀଙ୍କଠାରୁ ଅଧିକ । ଏହାସହ ଏ ଗବେଷଣା  ସରିବା ପରେ ବିଶ୍ୱରେ ଚିଲିକା କ୍ଷୀରର ଚାହିଦା ବେଶ ବଢିବ ।

ସେପଟେ ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ୨୦୧୦ ମସିହାରେ ଚିଲିକା ମଇଁଷି ଜାତୀୟ ସ୍ତରରେ ବିରଳ ପ୍ରଜାତି ଭାବରେ ୧୨ ସ୍ଥାନରେ ରହିଛି ।ଏହାସହ ପୂର୍ବରୁ  ଡକ୍ଟର ଡିଗେ ଚିଲିକା ମଇଁଷୀଙ୍କ ଉପରେ ୭ ବର୍ଷ ଧରି ନିରବଚ୍ଛିନ୍ନ ଗବେଷଣା କରି ଆସୁଛନ୍ତି। ତାଙ୍କ ମତରେ ଦେଶରେ ମଇଁଷିଙ୍କର ମୋଟ ୧୯ଟି ପ୍ରଜାତି ରହିଛନ୍ତି। ସେଥିରୁ ଚିଲିକା ଅଞ୍ଚଳରେ ଦେଖାଯାଉଥିବା ମଇଁଷି ସ୍ୱତନ୍ତ୍ର। ଏ ଖବର ଆସିବା ପରେ ଚିଲିକା ଅଂଚଳରେ ଥିବା ମଇଁଷି ପାଳକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଏହାସହ ବର୍ତ୍ତମାନ ସେଠାକର କ୍ଷୀରର ଚାହିଦା ବଢିବା ସହ ଦର ମଧ୍ୟ ବଢିତିବା କହିଛନ୍ତି ।

ବର୍ତ୍ତମାନ ସମୟରେ ଆଉ ଗବେଷଣା ସରି ନଥିବା ବେଳେ ଆଉ ପାଖାପାଖି ୧ ବର୍ଷ ଭିତରେ ଏହା ଶେଷ ହେବ । ମାନବ ସମାଜ ପାଇଁ ଏକ ନୂଆ ସଞ୍ଜିବନୀ ଏହି ଗବେଷଣା ଆଣିବ ବୋଲି ଗବେଷକମାନେ ଆଶା ରଖିଛନ୍ତି ।

କେଦାର ଦାଶଙ୍କ ସହ ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *