ଆଠ ବର୍ଷର ପୁଅକୁ ଛାଡି ବାପା ମା ଫେରାର

Spread the love

ବାଲେଶ୍ୱର: ଜଣେ ଆଠ ବର୍ଷର ପୁଅକୁ ରାସ୍ତା ଉପରେ ଛାଡି ଚାଲି ଯାଇଛନ୍ତି ବାପା ଓ ମା । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ । ଘରୋଇ କଳହରୁ ଏପରି ଘଟଣା ଘଟିଥିବା କଥା ଜଣା ପଡିଛି । ପୋଲିସ ପୁଅଟିକୁ ଏବେ ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରିଛନ୍ତି ।

ଖବର ଆନୁଯାୟୀ ଜ୍ୟୋତି ରଞ୍ଜନ ମଲ୍ଲିକ ନାମକ ଜଣେ (8) ବର୍ଷର ବାଳକ ସୋର ଦହିଷଡା ଛକ ନିକଟରେ ଏଣେତେଣେ ବୁଲୁଥିଲେ । ସେଠାକାର ସନସାଇନ ହୋଟେଲର ମାଲିକ ଏହି ପିଲାଟିକୁ ବହୁ ସମୟ ଧରି ଦେଖିବା ପରେ ତାଙ୍କୁ ନିଜ ହୋଟେଲରେ ଖାଇବାକୁ ଦେଇ ନିଜ ହେପାଜତରେ ରଖିଥିଲେ ଏବଂ ଉକ୍ତ ବାଳକ ବିଷୟରେ ସୋର ପୋଲିସକୁ ଜଣାଇଥିଲେ । କିଛି ସମୟ ବ୍ୟବଧାନରେ ସୋର ପୋଲିସ ସେଠାରେ ପହଞ୍ଚି ଜ୍ୟୋତି ରଞ୍ଜନକୁ ଉଦ୍ଧାର କରିଥିଲା ।

ପୋଲିସ ଘଟଣା ସମ୍ପର୍କରେ ପିଲାଟିକୁ ପଚାରିବାରୁ ସବୁ କଥା ଜଣା ପଡିଥିଲା । ପ୍ରଥମେ ବାପା କାଳିଆ ମଲ୍ଲିକ ସ୍ତ୍ରୀ ମନୋରମା ଓ ପୁଅ ଜ୍ୟୋତି ରଞ୍ଜନକୁ ଛାଡି ଚାଲିଯାଇଥିଲେ । ପରେ ମା ମଧ୍ୟ ଅନ୍ୟ ଜଣେ ଯୁବକଙ୍କ ସହ ସେଠାରୁ ଚାଲି ଯାଇଥିଲେ। ଘଟଣା ଜାଣିବା ପରେ ପୋଲିସ ବାଳକ ଜଣକୁ ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରିଛନ୍ତି ।

Leave a Reply

Your email address will not be published. Required fields are marked *