ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଚୂଡ଼ାନ୍ତ ମୃତ୍ୟୁସଂଖ୍ୟା ୨୭୫, ଭୁଲ ଗଣନା ଯୋଗୁ ବଢିଥିଲା ସଂଖ୍ୟା – ମୁଖ୍ୟ ସଚିବ

Spread the love

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲାର ବାହାନାଗା ରେଳ ଷ୍ଟେସନ ନିକଟରେ ହୋଇଥିବା ଭୀଷଣ ରେଳ ଦୁର୍ଘଟଣା ଶନିବାର ସୁଦ୍ଧା ମୃତକଙ୍କ ସଂଖ୍ୟା ସରକାରୀ ଭାବେ ୨୮୮ ଥିବା ବେଳେ ରବିବାର ଦିନ ମୃତ୍ୟୁ ସଂଖ୍ୟା ୨୭୫ ବୋଲି ସୂଚନା ଦିଆଯାଇଛି ।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଦୁର୍ଘଟଣା ପରେ ଗଣନା ବେଳେ କିଛି ତୃଟି ହୋଇଯାଇଥିଲେ । ହେଲେ ବର୍ତ୍ତମାନ ସବୁକୁ ତନଖି କରି ବାଲେଶ୍ବର ଜିଲ୍ଲାପାଳ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ତାଙ୍କ ଲିଖିତ ତଥ୍ୟ ଅନୁଯାୟୀ, ବାହାନଗା ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟରୁ ୭୮ ମୃତଦେହକୁ ଚିହ୍ନଟ କରାଯାଇ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ଆଉ ୧୦ ମୃତଦେହ ଚିହ୍ନଟ କରାଯାଇଛି ଓ ଖୁବଶୀଘ୍ର ହସ୍ତାନ୍ତର ହେବ ବୋଲି ସେ କହିଛନ୍ତି । । ବାକି ୧୮୭ଟି ମୃତଦେହକୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଥି୍ବା ସେ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ ମୃତଦେହ ଚିହ୍ନଟ ଓ ଗ୍ରହଣ ଲାଗି ଟ୍ରୋଲ ଫ୍ରି ନମ୍ବର 18003450061 ଜାରି କରାଯାଇଛି। ଯେଉଁମାନେ ମୃତଦେହ ଚିହ୍ନଟ ପାଇଁ ଆସୁଛନ୍ତି ସେମାନେ ଏହି ନମ୍ବରରେ କଲ କରି ପାରିବେ । ଆମର ଅଫିସରମାନେ ସେମାନଙ୍କୁ ସାହାଯ୍ୟ କରିବେ । ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ ।

ରାଜ୍ୟର ଖର୍ଚ୍ଚରେ ମୃତଦେହକୁ ଗନ୍ତବ୍ୟ ସ୍ଥଳକୁ ପଠାଯିବ ବୋଲି ନିଷ୍ପତ୍ତି ହୋଇଛି ବୋଲି ଶ୍ରୀ ଜେନା କହିଛନ୍ତି।

Leave a Reply

Your email address will not be published. Required fields are marked *