ଭୁବନେଶ୍ୱର : ଅସହ୍ୟ ତାତି, ତା ସହ ଅସ୍ୱାଭାବିକ ଗୁଳୁଗୁଳି । ଆକାଶରୁ ନିଆଁ ବର୍ଷିଲା ପରି ସ୍ଥିତି । ଏଭଳି ଚିତ୍ର ମଙ୍ଗଳବାର ଦେଖିବାକୁ ମିଳିଛି ରାଜ୍ୟ ରାଜଧାନୀରେ । କିଛି ଦିନ ବ୍ୟବଧାନରେ ରାଜଧାନୀ ତାପମାତ୍ରା ପୁଣି ୪୦ ଡିଗ୍ରୀ ଟପିଛି । ଆଜି ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟ ରାଜଧାନୀର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି । ସେହିପରି ଆଦ୍ରତା ୨୮% ରହିଛି । ସକାଳୁ ଭୁବନେଶ୍ୱରର କିଛି ଅଂଚଳରେ ଆକାଶ ମେଘାଚ୍ଛନ୍ନ ରହିଥିଲା । ତେବେ ସମୟ ବଢିବା ସହ ତାତିର ପ୍ରକୋପ ବଢିଥିଲା । ଭୁବନେଶ୍ୱର ବ୍ୟତୀତ ପଶ୍ଚିମ ଓଡିଶାରେ ମଧ୍ୟ କ୍ରମାଗତ ଭାବେ ଗ୍ରୀଷ୍ମ ଲହରୀ ଜାରି ରହିଛି ।
ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ଦିନ ୨ ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୪୨.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ୪୨ ଡ଼ିଗ୍ରୀ ,ସମ୍ବଲପୁରରେ ୪୧.୪ ଡ଼ିଗ୍ରୀ, ହୀରାକୁଦରେ ୪୦.୬ ଡ଼ିଗ୍ରୀ , ଚାନ୍ଦବାଲିରେ ୪୦ ଡ଼ିଗ୍ରୀ , ବାଲେଶ୍ୱରରେ ୩୮.୪ ଡ଼ିଗ୍ରୀ , କେନ୍ଦୁଝରରେ ୩୭.୪ ଡ଼ିଗ୍ରୀ , ପୁରୀରେ ୩୫.୨ ଡ଼ିଗ୍ରୀ , ଗୋପାଳପୁରରେ ୩୪.୮ ଡ଼ିଗ୍ରୀ ଏବଂ ପାରାଦ୍ୱୀପରେ ୩୩.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now