ଚିଲିକାର ଶୋଭା ବଢାଉଛି ବିଦେଶୀ ପକ୍ଷୀ

Spread the love

() ଶୀତର ଆଗମନ ସହିତ ଚିଲିକାରେ ସମାଗମ ହୋଇଛନ୍ତି ବିଦେଶୀ ପକ୍ଷୀଙ୍କର । ବିଭିନ୍ନ ଦେଶରୁ ମାଇଲ ମାଇଲ ବାଟ ଅତିକ୍ରମ କରି ଚିଲିକାର ସୌନ୍ଦର୍ଯ୍ୟ ବଢ଼ାଉଛନ୍ତି ବିଦେଶୀ ପକ୍ଷୀ । ତେବେ ପକ୍ଷୀଙ୍କ ସମାଗମକୁ ପାଖରୁ ଦେଖିବାକୁ ଖୋର୍ଦ୍ଧା ମଙ୍ଗଳାଯୋଡିରେ ପର୍ଯ୍ୟଟକଙ୍କ ଭିଡ ଲାଗିଛି । ସେପଟେ କୋରୋନା କଟକଣା ଭିତରେ ପର୍ଯ୍ୟଟକ ଓ ପକ୍ଷୀଙ୍କ ସୁରକ୍ଷା ପାଇଁ ସଜାଗ ରହିଛି ଖୋର୍ଦ୍ଧା ବନ୍ୟପ୍ରାଣୀ ବିଭାଗ ।

ହାଲୁକା ଶୀତ ପଡିବା ସହିତ ଚିଲିକାରେ ସମାଗମ ହେବାକୁ ଲାଗିଲେଣି ବିଦେଶୀ ପକ୍ଷୀ ।  ଚିଲିକାର ସୌନ୍ଦର୍ଯ୍ୟ ବଢ଼ାଉଛନ୍ତି ବିଦେଶୀ ପକ୍ଷୀ ।  ମାଇଲ ମାଇଲ ବାଟ ଅତିକ୍ରମ କରି ଖାଦ୍ୟ ଅନ୍ୱେଷଣରେ ଚିଲିକାକୁ ଆସିଛନ୍ତି ବିଭିନ୍ନ ପ୍ରଜାତିର ପକ୍ଷୀ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୦୦ରୁ ଅଧିକ ପ୍ରଜାତିର ବିଦେଶୀ ପକ୍ଷୀଙ୍କ ସମାଗମ ହୋଇସାରିଲାଣି । ଆଗକୁ ଶୀତ ବଢ଼ିଲେ ଆହୁରି ଅନେକ ବିଦେଶୀ ପକ୍ଷୀ ଆସିବାର ସମ୍ଭାବନା ରହିଛି । ତେବେ ଏବେଠାରୁ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ଖାସକରି ଖୋର୍ଦ୍ଧା ମଙ୍ଗଳାଯୋଡିରେ ବହୁ ପରିମାଣର ବିଦେଶୀ ପକ୍ଷୀ ଚଳପ୍ରଚଳ କରୁଥିବାରୁ ସେଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ।  

ଚଳିତ ବର୍ଷ କୋରୋନା କଟକଣା ଭିତରେ ପର୍ଯ୍ୟଟକଙ୍କୁ ପକ୍ଷୀ ଦେଖାଉଛନ୍ତି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ । ମାସ୍କ ସାନିଟାଇଜ ଓ ସାମାଜିକ ଦୂରତା ଭଳି ନିୟମ ମାନିବା ସହିତ ପକ୍ଷୀଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି । ଚିଲିକାରେ ପକ୍ଷୀଙ୍କ ସମାଗମ ହେବା ମାତ୍ରେ ସକ୍ରିୟ ହୋଇ ଉଠନ୍ତି ପକ୍ଷୀ ଶିକାରୀ । ତେବେ ସେମାନଙ୍କ କବଳରୁ ପକ୍ଷୀଙ୍କୁ ସୁରକ୍ଷା ଦେବାକୁ ବନ୍ୟପ୍ରାଣୀ ବିଭାଗ ଓ ପକ୍ଷୀ ସୁରକ୍ଷା ସମିତି ସଜାଗ ରହିଛନ୍ତି। ଏନେଇ ୧୧ଟି କ୍ୟାମ୍ପ ଓ ୨ଟି ଡଙ୍ଗା ମାଧ୍ୟମରେ ଚିଲିକାର ବିଭିନ୍ନ ଅଞ୍ଚଳରେ ଏମାନେ ପଇନ୍ତରା ମାରୁଛନ୍ତି ।

ପ୍ରକାଶ ହାତୀ

Leave a Reply

Your email address will not be published. Required fields are marked *