ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ମାମଲା : ୨ ଗିରଫ

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବନ୍ଥପଲ୍ଲୀ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ମାମଲାରେ ଦିଗପହଣ୍ଡି ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗତ ୪ ତାରିଖ ଅପରାହ୍ନରେ ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତରେ ସରପଞ୍ଚ ପ୍ରଶାନ୍ତ ସ୍ୱାଇଁଙ୍କୁ ଆକ୍ରମଣ ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ବନ୍ଥପଲ୍ଲୀ ଗ୍ରାମର ନନ୍ଦନ ବେହେରା (୨୩) ଓ ବ୍ରହ୍ମପୁର ସୁକୁଣ୍ଡା ଗ୍ରାମର ଶଙ୍କର ଗୌଡ (୨୪) । ସେମାନଙ୍କ ଠାରୁ ଗୋଟିଏ ଖଣ୍ଡା ଏବଂ ଏକ ବାଇକ୍ ଜବତ କରାଯାଇଛି ବୋଲି ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତିରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *