ଗଞ୍ଜାମ : ଆଧାର କାର୍ଡ଼ ସଂଶୋଧନରେ କିଛି ଦିନ ହେଲା ଅବ୍ୟବସ୍ଥା ଦେଖା ଦେଇଛି । ପୂର୍ବରୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଗ୍ରାମକୁ ଯାଇ ଆଧାର କାର୍ଡ଼ ପ୍ରସ୍ତୁତକାରୀ ମାନେ ଭୁଲଭଟକା କରି ନାମ, ଜନ୍ମ ତାରିଖ ଇତ୍ୟାଦି ଉଲ୍ଲେଖ କରିବା ପରେ ବର୍ତମାନ ଏହାକୁ ଆଉ ସଂଶୋଧନ କରାଯାଉନାହିଁ । ବର୍ତମାନ ଜନ୍ମ ତାରିଖ ସଂଶୋଧନ କରିବାକୁ ହିତାଧିକାରୀ ମାନେ ଆଧାର କେନ୍ଦ୍ରକୁ ଗଲେ ଏହା ଆଉ ସଂଶୋଧନ କରାଯାଉନାହିଁ ବୋଲି ଏବଂ ଜନ୍ମ ପ୍ରମାଣପତ୍ର ଆଣିଲେ ହିଁ ଏହାର ସଂଶୋଧନ ହେବ ବୋଲି କହୁଛନ୍ତି । ସ୍କୁଲ ସାର୍ଟିଫିକେଟ କିମ୍ବା ଭୋଟର ପରିଚୟ ପତ୍ର ଗ୍ରହଣ କରାଯାଉନାହିଁ । ୩୦ -୪୦ ବର୍ଷ ତଳେ ମେଡ଼ିକାଲରେ ଜନ୍ମ ପ୍ରମାଣପତ୍ର ଦେବା ବ୍ୟବସ୍ଥା ନଥିବା ଏପରିସ୍ଥଳେ ତୃଟୀ ଥିବା ଜନ୍ମ ତାରିଖକୁ ସଂଶୋଧନ ପାଇଁ ହିତାଧିକାରୀ ମାନେ କେଉଁଠୁ ଜନ୍ମ ପ୍ରମାଣପତ୍ର ପାଇବେ ଏବଂ କିପରି ନିଜର ଆଧାର କାର୍ଡ଼ ସଂଶୋଧନ କରିବେ । ଏହାକୁ ନେଇ ସାଧାରଣରେ ଦ୍ୱନ୍ଦ ଏବଂ ଅଶାନ୍ତିର ବାତାବରଣ ସୃଷ୍ଟି ହେବାରେ ଲାଗିଛି । ତେଣୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଘଟଣାର ଅନୁଧ୍ୟାନ କରି ଆଧାର କାର୍ଡ଼ରେ ଜନ୍ମ ତାରିଖ ସଂଶୋଧନ ପ୍ରକ୍ରିୟାକୁ ସରଳୀକରଣ କରିବାକୁ ସାଧାରଣରେ ଦାବି ହେଉଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now