କଟକ: ଏତିହାସିକ କୀର୍ତିରାଜି ର ଗୌରବମୟ ଗାଥା ବହନ କରୁଥିବା ପ୍ରାଚୀନ ଗଡଖାଇର ପୁନରୁଦ୍ଧାର ପାଇଁ ପୁଣି ଅଣ୍ଟା ଭିଡ଼ିଛି ପ୍ରଶାସନ । ବର୍ଷକୁ 3,50କୋଟିଟଙ୍କା ବ୍ୟୟରେ ପୁନରୁଦ୍ଧାର ସହିତ ହେବ ଆଲୋକୀକରଣ ଓ ସୌନ୍ଦର୍ଯ୍ୟକରଣ। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଶିଥିଳତା କୁ ଦେଖି ପୁନରୁଦ୍ଧାର କାଯ୍ୟ ହାତକୁ ନେଲା ସିଏମସି । ରାଜ୍ୟସରକାର ଓ କେନ୍ଦ୍ରସରକାରଙ୍କ ମିଳିତ ଉଦ୍ୟମରେ ଏଥର ହେବ ଗଡ଼ଖାଇ ସ୍ଥାୟୀ ପୁନରୁଦ୍ଧାର । ଆୟୁର୍ବେଦିକ ଉପଚାର ଦ୍ୱାରା ଗଡ଼ଖାଇର ଜଳକୁ ପରିଷ୍କାର କରାଯିବା ସହିତ ବ୍ୟବହାର ଉପଯୋଗୀ କରାଯିବ। HOCKEY WORLD CUP ପୂର୍ବରୁ ଗଡଖାଇ ସମ୍ପୃଣ ପରିଷ୍କାର କରାଯିବା ସହିତ ଆଲୋକୀକରର୍ଣ କାରଯାଇ ନୁର୍ତ୍ତନ ରୂପରେଖ ଦିଆଯିବ ବୋଲି କହିଛନ୍ତି ମେୟର ।
ଓଡ଼ିଶାର ଗାରୀମାମୟ ଗାଥା ବହନ କରୁଥିବା ତଥା ପ୍ରାଚୀନ ଓଡ଼ିଶାର ପ୍ରାଣକେନ୍ଦ୍ର ବାରବାଟୀ ଦୁର୍ଗ ଓ ତାହାର ସୁରକ୍ଷା କବଚ ସାଜିଥିବା ଗଡଖାଇ ଏବେ ଜରାଜୀର୍ଣ୍ଣ। ବ୍ରିଟିଶ ଅମଳରୁ ଏହି ଐତିହାସିକ କୀର୍ତିରାଜି ର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ। ତେବେ ନା ଅଛି ରକ୍ଷଣାବେକ୍ଷଣ ନା ହେଉଛି ପୁନଃରୁଦ୍ଧାର। ମଝିରେ ମଝିରେ କିଛି ଦଳ ସଫା କରି ଚୁପ ବସି ପଡିଛି ଏ ଏସ ଆଇ । ଏଥର କିନ୍ତୁ ହେବ ସ୍ଥାୟୀ ପ୍ରତିକାର । ଦାୟିତ୍ୱ ନେଲା ସିଏମସି । କାଶ୍ମୀର ଡାଲ ଲେକ କୁ ସଫା କରୁଥିବା ଯନ୍ତ୍ର ଆସିଛି ଗଡ଼ଖାଇକୁ ସଫା କରିବା ପାଇଁ । ପୁନର୍ବାର ଦଳ ନ ହେବା ପାଇଁ ମଧ୍ୟ କରାଯିବ ସ୍ଥାୟୀ ପ୍ରତିକାର । ୫ ବର୍ଷରେ ଗଡ଼ଖାଇ ର ଜଳକୁ ଶୁଦ୍ଧ କରିବା ପାଇଁ ଖର୍ଚ୍ଚ ହେବ ପ୍ରାୟ ୧୫ କୋଟି । ଗଡ଼ଖାଇ ପୁନରୁଦ୍ଧାର ପରେ ଏଥିରେ ଆରମ୍ଭ ହେବ ୱାଟର ବୋଟିଂ ।
ଆୟୁର୍ବେଦିକ ଉପଚାର COWNOMICS ଟେକ୍ନୋଲୋଜି ରେ ଦ୍ୱାରା ଗଡ଼ଖାଇ ର ଜଳକୁ କାଚ ଭଳି ସଫା କରାଯିବ । ତଳେ ବସିଥିବା ପଙ୍କ କୁ ବି ମାଟିରେ ପରିଣତ କରିବା ସହିତ ଦଳ ଆଉ ଜନ୍ମ ହେବାକୁ ଦେଵନାହିଁ ଏହି ହର୍ବାଲ ମେଡ଼ିସିନ । ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ପାଣିରେ ପଡିବ । ବର୍ଷକ ଭିତରେ ଏହି ପାଣି ସମ୍ପୂର୍ଣ୍ଣ ବିଶୁଦ୍ଧ ହେବା ସହ ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟଯନ୍ତ୍ରୀ । ସବୁଠାରୁ ବଡ଼ କଥା ଏହି ପକ୍ରିୟାକରଣ ପରେ ପାଣିର COD, POD, TBS, ପ୍ରଭୃତି ୯ମାସ ପରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ଯାହାଦ୍ୱାରା ପାଣି ଆଉ ଦୂଷିତ ହେବ ନାହିଁ । ବିଭିନ୍ନ ରାଜ୍ୟରେ ଏହି ପଦ୍ଧତିର ସଫଳ ରୂପାୟନ ସହିତ କଟକ ଚଉଳିଆଗଞ୍ଜ ଠାରେ ଥିବା କୋରାପୋଖରୀର ଜଳ କୁ ପରିଷ୍କାର କରାଯାଇଛି ।
ହକି ମହାକୁମ୍ଭର ଉଦଘାଟନ ଉତ୍ସବ ପୂର୍ବରୁ ସାରା ବିଶ୍ୱ ଦେଖିବ ନୂଆ ରୂପରେ ବାରବାଟୀ ଦୁର୍ଗ ଆଉ ଗଡ଼ଖାଇ । ଝଲସିବ ଗଡ଼ଖାଇ ଆଉ ବାରବାଟୀ ଦୁର୍ଗ ।
ଦୀପ୍ତିରଞ୍ଜନ ଶତପଥୀ
Naxatra News is now on Whatsapp
Join and get latest news update delivered to you via whatsapp
Join Now