ଗଞ୍ଜାମ : ଜଳ ବହୁଳେ ସୃଷ୍ଟିନାଶ, ଜଳ ଵିହୁନେ ସୃଷ୍ଟି ନାଶ । ଓଡ଼ିଶାର ଏହି଼ପ୍ରଵାଦଟି ବର୍ତ୍ତମାନ ସତ୍ଯରେ ପରିଣତ ହୋଇଛି। ଓଡ଼ିଶାର ଗୋଟିଏ ଭାଗରେ ବର୍ଷା, ବନ୍ୟା ଜଳର ତାଣ୍ଡବ ଚାଲିଥିବା ବେଳେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଜଳଵିହୁନେ ଚାଷୀମାନେ ତ୍ରାହି ତ୍ରାହି ଡାକିଲେଣି। ସ୍ୱଳ୍ପ ବୃଷ୍ଟି ସାଙ୍ଗକୁ ଋଷିକୂଲ୍ୟା ୨ ନମ୍ବର କେନାଲରେ ନିୟମିତ ପାଣି ଛଡାଯାଉନଥିଵାରୁ ଗୋବିନ୍ଦପୁର, ନରେନ୍ଦ୍ର ପୁର, ପିତଳ ଓ ତହିଁର ପଞ୍ଚାୟତର ଶହ ଶହଏକର ଜମି ଫାଟି ଆଁ କରି ରହିଲାଣି।ଧାନଗଛ ସୁଖୀ ହଳଦିଆ ପଡିଲାଣି। ତୁରନ୍ତ ନିୟମିତ କେନାଲରେ ପାଣି ଛଡାନଗଲେ ଖରିଫ ଧାନ ଫସଲ ଉଜୁଡିଯିଵାର ସମ୍ଭାବନା ରହିଛି । ତୁରନ୍ତ ଜଳସେଚନ ବିଭାଗ ପକ୍ଷରୁ ନିୟମିତ କେନାଲରେ ପାଣି ଛାଡିବାକୁ ଚାଷୀ ମାନଙ୍କ ପକ୍ଷରୁ ଦାଵି ହେଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now