ରାତି ପହିଲେ ଜମିବ ଗୋପାଳପୁର ବେଳାଭୂମି ମୋହତ୍ସବ

Spread the love

ବ୍ରହ୍ମପୁର:  ଆସନ୍ତା କାଲି ଠାରୁ ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୂମି ମୋହତ୍ସବ,ଏଥିଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। କୋଭିଡ କଟକଣା ପାଇଁ ଦୁଇ ବର୍ଷ ହେବ ବନ୍ଦ ଥିଲା ମହୋତ୍ସବ ଚଳିତ ବର୍ଷ ମଧ୍ୟ 5 ଦିନ ଧରି ଚାଲିବ ମୋହତ୍ସବ। ଯାହାକୁ ନେଇ ସହର ବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାରୁ ମିଳିଛି।

ରାତି ପହିଲେ ଜମିବ ଗୋପାଳପୁର ବେଳାଭୂମି ମୋହତ୍ସବ ୨୦୨୨। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡିସେମ୍ବର ୨୪ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ୫ ଧରି ଚାଲିବ ମୋହତ୍ସବ।

ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆୟୋଜନ ହୋଇଛି। ମୋହତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦର୍ଶକଙ୍କ ପାଇଁ ପ୍ରଶାସନ ପକ୍ଷରୁ ମନୋରଞ୍ଜନ ସହ ପଲ୍ଲୀଶ୍ରୀ ମେଳା କୁ ଅଧିକ ପ୍ରଧ୍ୟାନ ଦିଆଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ସହ ଭଳିକି ଭଳି ଘର କରଣା ସାମଗ୍ରୀ ମଧ୍ୟ ଉପଲବ୍ଧି ରହିବ। ସେପଟେ ମୋହତ୍ସବ କୁ ଅଧିକ ରଙ୍ଗାରଙ୍ଗ କରିବା ଲାଗି ପ୍ଲେ ବ୍ୟାକ ସିଙ୍ଗର ସୋନା ମହାପାତ୍ର ଅରମାନ ମାଲିକ ଓ ଜାବେଦ ଅଲି ପ୍ରମୁଖ ଯୋଗ ଦେବେ।

 ସେପଟେ ମୋହତ୍ସବ କୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ଲାଗି ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ଲକ୍ଷାଧିକ ପର୍ଯ୍ୟଟକ ଓ ଦର୍ଶକଙ୍କ ସମାଗମ କୁ ଦୃଷ୍ଟିରେ ରଖି ଚଳିତ ଥର  ବିଭିନ୍ନ ସ୍ଥାନରେ ସିସିଟିଭିର ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର ଟିମ ଜରିଆରେ କଣ୍ଟ୍ରୋଲ ରୁମରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ମନିଟର କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି। ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ପୋଲିସ ଅଧିକାରୀଙ୍କ ସହ ୧୧ ପ୍ଲାଟୁନ ପୋଲିସ ଫର୍ସ ମୁତୟନ କରାଯାଇଛି।

ବେଳାଭୂମି ମୋହତ୍ସବ କୁ ଶାନ୍ତି ଶୃଙ୍ଖଳା ସହ କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା ହାତକୁ ନିଆଯାଇଛି।

ଇତିଶ୍ରୀ ସମାପିକା ମହାନ୍ତି

Leave a Reply

Your email address will not be published. Required fields are marked *