ମହଙ୍ଗା ପଡ଼ିଲା ସରକାରୀ ଅର୍ଥ ଆତ୍ମସାତ

କାମ ନ କରି ମିଥ୍ୟା ବିଲ କରି ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହୋଇଛନ୍ତି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ରାଣିମୁଣ୍ଡା ପଞ୍ଚାୟତର ସରପଞ୍ଚ ତୁକାରାମ ହିଆଲ ଏବଂ ତତ୍କାଳୀନ ଇଓ ଭୀଷ୍ମଦେଵ ମେହେର । ମିଳିଥିବା ସୂଚନା ଅନୁସାରେ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ରାଣିମୁଣ୍ଡା ପଞ୍ଚାୟତରେ ଗତ  ୨୦୨୨-୨୩ ଏବଂ ୨୩-୨୪ ଆର୍ଥିକ ବର୍ଷରେ କାମ ନ କରି ୧୪,୨୪,୭୨୨ ଟଙ୍କା ପଞ୍ଚଦଶ ଅର୍ଥ କମିଶନ ଏବଂ ଷଷ୍ଠ ରାଜ୍ୟ ଅର୍ଥ କମିସନ ମାଧ୍ୟମରେ ମିଥ୍ୟାବିଲ କରି ସରକାରୀ ଅର୍ଥକୁ ଆତ୍ମସାତ କରିବା ମହଙ୍ଗା ପଡିଛି । ଫଳରେ ଉକ୍ତ ଘଟଣାର କୋରାପୁଟ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ ହେଲା ପରେ ଭିଜିଲାନ୍ସ ବିଭାଗ ସରଜମିନ ତଦନ୍ତ ପରେ ଭିଜିଲାନ୍ସ ବିଭାଗ ପଞ୍ଚାୟତର ତତ୍କାଳୀନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଆଧିକାରୀ ତଥା ସିନାପାଲି ବ୍ଳକ ଭରୁଆମୁଣ୍ଡା ପଞ୍ଚାୟତର ଅଧିକାରୀ ଭୀଷ୍ମ ରାଜ ମେହେର ଏବଂ ସରପଞ୍ଚ ତୁକାରାମ ହିଆଲଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି  ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *