ମାଲକାନଗିରିରେ ସରକାରୀ ଯୋଜନା ଉଭାନ

Spread the love

ମାଲକାନଗିରି:  ମହାମାରୀ କରୋନା ଲୋକଙ୍କ ଜୀବନ ଜୀବିକା ଓ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲା। ଏହି ସମୟରେ ରାଜ୍ୟ ସରକାର ଲୋକକଙ୍କ ପାଇଁ ରୋଜଗାରର ବାଟ ଫିଟାଇଥିଲେ। ତେବେ ମାଲକାନଗିରି ପପୌରାଞ୍ଚଳରେ ଯାହା କାମ ହେଇଛି ତାହା ବର୍ତମାନ ଉଭାନ ହେଇଯାଇଛି। ଖାଲି ରହିଛି ଫଳକ। ଏନେଇ ଆମେ ପୌରଧ୍ୟକ୍ଷ ଏବଂ ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚିରାଚରିତ ଉତ୍ତର ମିଳିଛି, ତଦନ୍ତ ହେବ ।

ଅସହାୟ ଅବସ୍ଥାରେ ରହିଥିବା ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ମୁକ୍ତା ଯୋଜନାରେ କାମ ଯୋଗାଇ ଦେଇଥିଲେ । ଏହି ଯୋଜନାରେ ମାଲକାନଗିରି ପୌର ପରିଷଦ ଅଧୀନରେ ଜଳ ଅମଳ ପ୍ରକଳ୍ପ ନିର୍ମାଣ ନେଇ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀକୁ କାମ ଦିଆଯାଇଥିଲା। ପ୍ରାୟ ୨୫୦ଟି ଜଳ ଅମଳ ପ୍ରକଳ୍ପ ନିର୍ମାଣ ଅତି ତରବରିଆ ଭାବେ କରାଯାଇଥିଲା। ଏଥିପାଇଁ ୧ କୋଟି ୯୫ ଲକ୍ଷ ଟଂକା ଖର୍ଚ୍ଚ କରାଯାଇଛି। ଗୋଟିଏ ଗୋଟିଏ ଜଳ ଅମଳ ପ୍ରକଳ୍ପ ପାଇଁ ୮୦ ହଜାରରୁ ୭୦ ହଜାର ଟଂକା ଖର୍ଚ୍ଚା କରାଯାଇଛି। ତେବେ ସେହି ଜଳ ପ୍ରକଳ୍ପ ଗୁଡିକର ଏବେ  ଚିହ୍ନବର୍ଣ୍ଣ ଦିଶୁନାହିଁ। କେବଳ ଟି-ବୋର୍ଡ ଗୁଡିକ ପଡି ରହିଛି। କାରଣ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନାମରେ ଦଲାଲମାନେ ଏହି କାମକୁ ଅତି ନିମ୍ନମାନରେ ତିଆରି କରି ବିଭାଗୀୟ ଅଧିକାରୀଙ୍କ ସହ ମିଶି ଟଂକା ହଡପ କରିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ତେବେ ମୁକ୍ତା ଯୋଜନାରେ କାନ୍ଥରେ ଚିତ୍ରକଳା କରିବା ପାଇଁ ଗତ ୨୦୧୯-୨୦ ଏବଂ ୨୦୨୦-୨୧ ବର୍ଷରେ ମୋଟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଂକା ଖର୍ଚ୍ଚ କରାଯାଇଛି। ଗୋଟିଏ ଗୋଟିଏ କାନ୍ଥରେ ଲକ୍ଷରୁ ୨ ଲକ୍ଷ ଟଂକା ଖର୍ଚ୍ଚା କରାଯାଇଛି। ସେହିପରି ଜିମ ନିର୍ମାଣରେ ୧୦ ଲକ୍ଷ ଟଂକା ଖର୍ଚ୍ଚ କରାଯାଇଛି। ଶିଶୁ ଉଦ୍ୟାନ ପାଇଁ ମଧ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଂକା ଖର୍ଚ୍ଚ କରାଯାଇଛି। ବଡ ବଡ ପଖୋରୀ ନିର୍ମାଣ କରିବା ସହ ପାର୍କ ନିର୍ମାଣ ପାଇଁ ୪୦ ଲକ୍ଷ ଟଂକା ଖର୍ଚ୍ଚ କରାଯାଉଛି। ମିଶନ ଶକ୍ତି ଗୃହ ପାଇଁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଂକା ଖର୍ଚ୍ଚ କରାଯାଉଛି।

ତେବେ ବର୍ଷା ଜଳ ସଂରକ୍ଷଣ ପାଇଁ ଯେଉଁ ପିଟ ନିର୍ମାଣ କରାଯାଇଛି ତାହା ମାଟିରେ ମିଶିଯାଇଥିବା ନେଇ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ମୁଁ ନୂତନ ଭାବର ଯୋଗ ଦେଇଛି। ଖବର ପାଇଛନ୍ତି ଓ ଏହାର ସର୍ଜମିନ ତଦନ୍ତ କରିବେ ଏବଂ ଉଚିତ ପଦକ୍ଷେପ ଗ୍ରହଣ କରିବେ । କିନ୍ତୁ ଅପର ପକ୍ଷରେ ପୌର ଅଧକ୍ଷ କହିଛନ୍ତି କୌଣସି କାମରେ ବେନିୟମ କରାଯାଇନାହିଁ । ସବୁ ଠିକ ଠାକ ଚାଲିଛି । ଯଦି କୌଣସି କାମର ରକ୍ଷଣା ବେକ୍ଷଣ ଆବଶ୍ୟକ ତେବେ ଏଥିପାଇଁ ପୁଣି ଟଂକା ଖର୍ଚ୍ଚ ହେବ କି ବୋଲି ପଚାରିବାରୁ ସେ ହଁ କହିବା ସହ ସରକାରଙ୍କର ଏଭଳି ନିୟମ ରହିଥିବା ଦୋହରାଇଛନ୍ତି ।

ସରକାରଙ୍କ ଯୋଜନା ଲୋକଙ୍କ ହିତ ପାଇଁ ଉଦ୍ଧିଷ୍ଟ । ହେଲେ ବାବୁ ଏବଂ ଦଲାଲଙ୍କ ମଧୁ ଚନ୍ଦ୍ରିକରେ କୋଟି କୋଟି ଟଙ୍କା ଆତ୍ମସାତ ହେଉଥିବା ମାଲକାନଗିରି ପୋରାଞ୍ଚଳର ଏହି ମୁକତା ଯୋଜନାରୁ ବାରି ହେଇପଡୁଛି।

ସନ୍ତୋଷ ନାଗଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *