ଜାତୀୟଦୁର୍ଘଟଣା

ଖଣି ଭିତରେ ଫସିଛନ୍ତି ୧୨ ଶ୍ରମିକ

ନହଥିଆଲ: ମିଜୋରାମରେ ଅଘଟଣ । ଭୁଷୁଡିଲା ପଥର ଖଣି । ପ୍ରାୟ ୧୨ରୁ ଉର୍ଦ୍ଧ୍ୱ ଶ୍ରମିକ ଖଣି ମଧ୍ୟରେ ଫସି ରହିଥିବା ଅନୁମାନ ।ସୂଚନା ଅନୁଯାୟୀ ଫସିରହିଥିବା ସମସ୍ତ ଶ୍ରମିକ ବିହାର ଅଞ୍ଚଳର । ନହଥିଆଲ ଜିଲ୍ଲାର ମାଉଦାର ଥିବା ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଶ୍ରମିକମାନେ ମଧ୍ୟାହ୍ନ ଭୋଜନ ଖାଇସାରି ଫେରୁଥିଲା ବେଳେ ଏହି ଅଘଟଣ ଘଟିଛି । ଏହି ଅଘଟଣ ବେଳେ ୧୨ଜଣ ଶ୍ରମିକଙ୍କ ସମେତ ୫ଟି ହିଟାଚି ଓ ଅନ୍ୟାନ୍ୟ ଡ୍ରିଲିଙ୍ଗ ମେସିନ ମଧ୍ୟ ମାଟି ତଳେ ଫସିରହିଥିବା କୁହାଯାଉଛି ।  ବିପର୍ଯ୍ୟୟ ପରିଚାଳନା ବିଭାଗ, ବିଏସଏଫ, ଆସାମ ରାଇଫଲ୍ସ ଟିମକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଦୀର୍ଘ ଅଢେଇ ବର୍ଷ ହେବ ସେଠାରେ ଖନନ କାର୍ଯ୍ୟ ଜାରି ରହିଥିଲା । ଦୁର୍ଘଟଣା ପରେ ଖଣି ନିକଟବର୍ତ୍ତୀ ଲୋକେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛନ୍ତି । 

Related Articles

Leave a Reply

Your email address will not be published.

Back to top button