ଯୋରନ୍ଦା ମେଳାକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ

Spread the love

ଢେଙ୍କାନାଳ: ଆଜି ପବିତ୍ର ମାଘ ପୂର୍ଣ୍ଣିମା। ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା। ଦୀର୍ଘ ଦୁଇ ବର୍ଷ ଧରି ଯୋରନ୍ଦା ମେଳା ଅନୁଷ୍ଠିତ ହେଇଥିବାରୁ କାହିଁ କେଉଁ ଦୂରଦୂରନ୍ତାରୁ ଛୁଟୁଛି ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ସୁଅ। ସେପଟେ ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ଏହି ମେଳାରେ ଦେଖିବାକୁ ମିଳିଛି। 

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳାରେ ବିଦେଶୀ ପର୍ଯ୍ୟଟକ। ମହିମା ଧର୍ମର ପ୍ରମୁଖ ପୀଠ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ଠାରେ ଅବସ୍ଥିତ ଯୋରନ୍ଦା ମହିମା ଗାଦିକୁ ଜିଲ୍ଲା ତଥା ରାଜ୍ୟ ତଥା ଦେଶ ବିଦେଶରୁ ଭକ୍ତ ଏବଂ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥାଏ । ଜର୍ମାନ,ସୁଇଜରଲ୍ୟାଣ୍ଡ ଆଦି ବିଭିନ୍ନ ଦେଶରୁ ବିଦେଶୀ ଅତିଥିଙ୍କୁ ଯୋରନ୍ଦା ମହିମା ଗାଦି ପରିସରରେ ଦେଖିବାକୁ ମିଳିଛି। ଏଠାରେ  ଆସି ପହଂଚିବା ପରେ ଏଠାକାର ଦୃଶ୍ୟରେ ଅତ୍ୟନ୍ତ ବିଭୋର ଓ ଖୁସି ବ୍ୟକ୍ତ କରୁଥିବା ନେଇ କହିଛନ୍ତି ପର୍ଯ୍ୟଟକ।

ପ୍ରତିବର୍ଷ ଯୋରନ୍ଦାର ଏହି ମାଘମେଳା ସମୟରେ କାହିଁ କେଉଁ କାଳରୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ରହିଛି। ସେପଟେ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା କଡାକଡି କରାଯାଇଛି। ତେବେ ଯୋରନ୍ଦା ମାଘ ମେଳାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି।  

ବିକାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *