ଅପରାଧଜାତୀୟଧର୍ମ

ବାରରେ ଚାଲିଥିଲା ରାମାୟଣ,ଦୁଇ ଗିରଫ

ନୋଏଡା: ବାରରେ ରାମାୟଣକୁ ଅପମାନ । ଦର୍ଶକଙ୍କ ମନୋରଞ୍ଜନ ପାଇଁ ବାରରେ ଚାଲିଥିଲା ରାମାୟଣର କ୍ଲିପ୍ । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ, ଏହା ଭାରତୀୟ ସଂସ୍କୃତି ପ୍ରତି ଅପମାନ ବୋଲି ଅଭିଯୋାଗ ହୋଇଛି । ଘଟଣାଟି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ନୋଏଡାରେ । ଅଭିଯୋଗ ପରେ ପୋଲିସ ଉକ୍ତ ରେଷ୍ଟରାଣ୍ଟରେ ଚଢାଉ କରି ଦୁଇଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ ସୋମବାର ସକାଳେ ଏହି ଭିଡିଓଟି ସୋଶିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ତେବେ ଭାଇରାଲ ଭି଼ଡିଓଟି ନୋଏଡା ର ଗାର୍ଡେନ ଗ୍ୟାଲେରିଆର ମଲରେ ଥିବା ଲର୍ଡ ଅଫ ଦି-ଡ୍ରିଙ୍କ୍ସ ବାରର ବୋଲି ଜଣାପଡିଛି । ଏଲଇଡି ସ୍କ୍ରିନରେ ରାମାୟଣର ଏକ କ୍ଲିପରେ ପ୍ରଭୁ ରାମଚନ୍ଦ୍ର ଓ ରାବଣ ଚରିତ୍ର ଦେଖିବାକୁ ମିଳିଥିଲା ଏବଂ ଏହାର ପୃଷ୍ଠଭୂମିରେ ଆଧୁନିକ ସଙ୍ଗୀତ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ତୀବ୍ର ସମାଲୋଚନା ଓ ଆପତ୍ତି ଉଠିଥିଲା ।  ଏ ସମ୍ପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ ହେବା ସଙ୍ଗେସଙ୍ଗେ ଓ ସେହି ଅଞ୍ଚଳର କିଛି ଯୁବକ ବାରରେ ପଶି ଭଙ୍ଗାରୁଜା କରିଥିଲେ ।

ଏହା ଲୋକଙ୍କ ସଦଭାବନାକୁ ଆଘତ ପହଞ୍ଚାଇବା ସହ ଏକ ନିର୍ଦ୍ଦିଷ୍ଟ ଧର୍ମ ପ୍ରତି କୁଠାରଘାତ କରିଥିବା ଅଭିଯୋଗରେ 3 ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ହୋଇଛି । ତିନି ଅଭିଯୁକ୍ତ ହେଉଛନ୍ତି ସେହି ବାରର ମାଲିକ ମୀନାକ କୁମାର, ମ୍ୟାନେଜର ଅଭିଷେକ ସୋନି ଏବଂ ସେହି ବାରର ଡିଜେ ଅପରେଟର । ପୋଲିସ ମାଲିକ ଓ ମ୍ୟାନେଜରଙ୍କୁ  ଗିରଫ କରି ପଚରାଉଚରା କରୁଥିବା ବେଳେ ତୃତୀୟ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ତାକୁ ଧରିବା ପାଇଁ ପୋଲିସର ବିଭିନ୍ନ ଜାଗାରେ ଚଢାଉ ହୋଇଛି ।

Related Articles

Leave a Reply

Your email address will not be published.

Back to top button