କଟକ ଅଗ୍ନିଶମ ବିଭାଗର 54 ତମ ନିର୍ଦେଶକ ଭାବେ ଆଜି ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି ଓଡ଼ିଆ IPS ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ । 1990 ମସିହା ବ୍ୟାଚର ଏହି IPS ଅଧିକାରୀଙ୍କୁ କିଛି ଦିନ ତଳେ ଡିଜି ପଦକୁ ପଦୋନତି ଦେଇ ଥିଲେ ରାଜ୍ୟ ସରକାର ଏବଂ ଗତ ସପ୍ତାହରେ ତାଙ୍କୁ ଅଗ୍ନିଶମ ନିର୍ଦେଶକ ଭାବେ ନୂଆ ନିଯୁକ୍ତି ଦେଇ ଥିଲେ । ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ପୂର୍ଵର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ସହ ପୋଲିସ କମିଶନର ଭାବେ ଦକ୍ଷତାର ସହ କାର୍ଯ୍ୟ କରିସାରିଛନ୍ତି । ଆଜି ସକାଳ ପ୍ରାୟ 8 ଟା ବେଳେ କଟକ ସ୍ଥିତ ଅଗ୍ନିଶମ ବିଭାଗର ମୁଖ୍ୟ କାର୍ଯ୍ୟାଳୟକୁ ଆସି କାର୍ଯ୍ୟକାରୀ ନିର୍ଦେଶକ ବିନୟତୋଷ ମିଶ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରି ଥିଲେ ।ତେବେ ଓଡିଶା ଅଗ୍ନିଶମ ବିଭାଗର କାର୍ଯ୍ୟ ଦକ୍ଷତା ଦେଶରେ ସୁନାମ ଅର୍ଜନ କରିଛି । ଏବଂ ଆଗାମୀ ଦିନରେ ଏହାକୁ ବଜାୟ ରଖା ଯିବ ବୋଲି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଅଗ୍ନିଶମ ବିଭାଗ ଆଜି ସାରା ବିଶ୍ୱ ରେ ଆପାତକାଳୀନ ଫାଷ୍ଟ ରେସ୍ପୋଣ୍ଡର୍ ଭାବରେ ଦେଶ ତଥା ଦେଶ ବାହାରେ ସୁନାମ ଅର୍ଜନ କରିଛି । ଏହା କୌଣସି ଅଧିକାରୀ ବା କର୍ମଚାରୀଙ୍କ ପାଇଁ ନୁହେଁ ଏହା ଏକ ମିଳିତ କାଯ୍ୟପନ୍ଥା ଯାହାକୁ ଆଗକୁ ବଜାୟ ରଖିବି ବୋଲି ନିଜ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ନୂତନ DG

Naxatra News is now on Whatsapp
Join and get latest news update delivered to you via whatsapp
Join Now