ମୁକ୍ତା ଯୋଜନାରେ ଅନିୟମିତତା ହୋଇ ଥିବା ନେଇ ଅଭିଯୋଗ

Spread the love

ଜୟପୁର : ମୁକ୍ତା ଯୋଜନାରେ ଅନିୟମିତତା ହୋଇ ଥିବା ନେଇ ଅଭିଯୋଗ ହୋଇଛି । ସଶକ୍ତି କରଣ ନାମରେ ଏସ.ଏସଜି ଗ୍ରୁଫ ମହିଳା ମାନଙ୍କ ସକାଶେ କୋଟି କୋଟି ଟଙ୍କାର ଯୋଜନା କରୁଛନ୍ତି ସରକାର । କିନ୍ତୁ ଏଠାରେ ଏସଏସଡି ଗ୍ରୁଫ ବହୁ ସରକାରୀ ଯୋଜନା ଠାରୁ ଅପହଞ୍ଚ ଅଭିଯୋଗ କରି ଦାବି ପତ୍ର ପ୍ରଦାନ କରାଯାଇଛି । ଯୁବ ସଂଗଠନ ର ଆବାହକ ରବିନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଷ୍ୟରେ ଜୟପୁର ଉପ ଜିଲାପାଳ ଙ୍କ କାଯ୍ୟାଳୟ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ଗଦ ୨୦୨୧୦୨୨, ଓ ୨୦୨୨-୨୩ ଆର୍ଥକ ବର୍ଶ ମଧ୍ୟରେ ଆର-ଡବ୍ଲୁ-ଏଚ୍-ଏସ ସ୍କିମରେ ୪୯୨ଟି ପ୍ରକଳ୍ପ କାଯ୍ୟକାରି ହୋଇଥିଲା ଏବଂ ମୁକ୍ତା ଯୋଜନାରେ କୋଟି କୋଟି ଟଙ୍କାର ବିଭିନ୍ନ ପାର୍କ, ଡ୍ରେନ ଆଦି କାଯ୍ୟ କରାଯାଉଛି । ୨ ବର୍ଷ ମଧ୍ୟରେ ସମୁଦାୟ ୭ ଶହରୁ ଅଧିକ ପ୍ରକଳ୍ପ ଶେଷ ହୋଇ ସାରିଛି । ଏବଂ ବତ୍ତମାନ ୧୩୧ ଟି ପ୍ରକଳ୍ପ ଆବାନ ଇନଫ୍ରାରେ ମୁଖ୍ୟମନ୍ତ୍ରୀ ଙ୍କ ମଞ୍ଜୁର ପ୍ରାପ୍ତ ପରେ କାଯ୍ୟାକାରି ହେବାକୁ ଯାଉଛି । ଏଭଳି ପ୍ରାୟ ୮୫୦ ପ୍ରକଳ୍ପ କାଯ୍ୟ ଏସ.ଏସ.ଜି ଗ୍ରୁଫ ମାଧ୍ୟମରେ କାଯ୍ୟକାରୀ ହେଉଥିଲେ ମଧ୍ୟ ଜୟପୁର ରେ ପ୍ରାୟ ୪୫୦ ଏସଏସଜି ଗ୍ରୁଫ ମଧ୍ୟରୁ ୬୦ରୁ ୭୦ ଏସଏସଜି ଗ୍ରୁପ ହିଁ ସମସ୍ତ କାଯ୍ୟ କରୁଛନ୍ତି ।

ପ୍ରାୟ ୪ ଶହ ଏସଏସଜି ଗ୍ରୁପ ସରକାରୀ ଯେଜନା ଠାରୁ ଅପହଞ୍ଚିରେ ରହିଛନ୍ତି । ବତ୍ତମାନ ସହର ରୁପାନ୍ତରୀକରଣ ୨୦୨୩ରେ ମୁଖ୍ୟମନ୍ତ୍ରୀ ୧୩୨ଟି କାଯ୍ୟ ସକାଶେ ୧୨ କୋଟି ଟଙ୍କା ଜୟପୁର ପୌର ପରିଷଦ ନିମନ୍ତେ ଅନୁମୋଦନ କରିଛନ୍ତି । କିନ୍ତୁ ଜୟପୁର ପୌର ପରିଷଦ ଗତ ୨୮ ତାରିଖରେ ଏକ ନୋଟିସ ଜାରି କରିଛନ୍ତି । ୭ କୋଟି ଟଙ୍କା ବିନିମୟରେ ୮୧ଟି କାଯ୍ୟ ସକାଶେ ଏସ.ଏସଜି ଗ୍ରୁପ ଆବେଦନ କରିବେ ଆବେଦନର ଶେଷ ତାରିଖ ଅଗଷ୍ଟ ୧ ତାରିଖ ରହିଛି । ଏଠାରେ ଅଭିଯୋଗ କରାଯାଇଛିଯେ ୧୨ କୋଟି ଟଙ୍କାର ୧୩୨ଟି କାଯ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ବେଳେ ଜୟପୁର ପୌର ପରିଷଦ ଦ୍ୱାରା ୭ କୋଟି ଟଙ୍କାର ୮୧ଟି କାଯ୍ୟ ସକାଶେ ନୋଟିସ କାହିଁକି କରାଗଲା । ବଳକା ୫ କୋଟି ଟଙ୍କାର ୫୧ଟି କାଯ୍ୟ ଉଲ୍ଲେଖ ରହିଲା ନାହିଁକାହିକି ବୋଲି ଅଭି ଯୋଗ କରାଯାଇଛି । ଏହି ଦାବି ପତ୍ରର ନକଲ ୫ଟି ସଚିବ, କୋରାପୁଟ ଜିଲାପାଳ ଙ୍କୁ ପ୍ରଦାନ କରାଯାଇଛି । ଏସଏସଜି ଗ୍ରୁପ ଙ୍କ ଦ୍ୱାରା ଜୟପୁର ସହରରେ ଡ୍ରେନ, ଖୋଲା ସ୍ଥାନ ବିକାଶ , ସୌନ୍ଦଯ୍ୟ କରଣ ଆଦି କାଯ୍ୟ କରାଯାଇଛି । ସରକାର ନିୟମ ଅନୁଯାଇ ସମସ୍ତ କାଯ୍ୟ କରାଯାଇଛି । ବତ୍ତମାନ ୮୧ଟି କାଯ୍ୟର ଟେଣ୍ଡର ବାହାର କରାଯାଇଥିବା ବେଳେ ପରବତ୍ତି ସମୟରେ ଅନ କାଯ୍ୟ ଟେଣ୍ଡର ବାହାରିବ ବୋଲି ପୌର କାଯ୍ୟନିବାହି ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *