କନ୍ୟାଭ୍ରୁଣ ହତ୍ୟା ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ

Spread the love

ଝାରସୁଗୁଡ଼ା : ଜିଲ୍ଲାରେ କନ୍ୟାଭ୍ରୁଣ ହତ୍ୟା ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେ ବିଭାଗୀୟ ଅଧିକାରୀମାନଙ୍କୁ କନ୍ୟାଭ୍ରୁଣ ହତ୍ୟା ସମ୍ପର୍କିତ ସମସ୍ୟା ଅନୁଧ୍ୟାନ ପୂର୍ବକ ଆସନ୍ତା ଦଶ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମୀକ୍ଷା ପୂର୍ବକ ଜିଲ୍ଲାପାଳ ସହରାଂଚଳମାନଙ୍କରେ କନ୍ୟାଭ୍ରୁଣ ହତ୍ୟା ସ୍ଥିତି ଗ୍ରାମାଂଚଳ ଅପେକ୍ଷା ଅଧିକ ହେଉଥିବାରୁ କାରଣ ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ତୃଣମୂଳ ସ୍ତରରୁ ରିପୋର୍ଟ ସଂଗ୍ରହର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ଏକ ସାମାଜିକ ସମସ୍ୟା , ଏଥି ସକାଶେ ସମସ୍ତଙ୍କୁ ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ନିୟମିତ ଭାବେ ଅଲ୍ଟ୍ରାସାଉଣ୍ଡ କ୍ଲିନିକ ପରିଦର୍ଶନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ କନ୍ୟାଭ୍ରୁଣ ହତ୍ୟା ନେଇ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ ବୋଲି ସତର୍କ କରାଇଛନ୍ତି । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଡୋଳାମଣି ପଟେଲ, ଡାକ୍ତର ସୁପ୍ରଭା ବାରିକ, ଡି ପି ଏମ୍ ବୁଲୁନାଥ ସାହୁ, ସମସ୍ତ ସିଏଚସି ଓ ପିଏଚସିର ମେଡ଼ିକାଲ ଅଫିସର, ସି ଡି ପି ଓ , ଜିଲ୍ଲା ଉପଦେଷ୍ଟା କମିଟି କମିଟି ସଦସ୍ୟ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *