Latest Newsଓଡ଼ିଶାରାଜନୀତି

ମଣିପୁର ହିଂସାରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କ୍ଷେତ୍ରରେ ବିଜେପି ନିରବ: ବିଜେଡି

ଭୁବନେଶ୍ୱର – ମଣିପୁରରେ ସୃଷ୍ଟି ହୋଇଥିବା ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତିରେ ଫସି ରହିଥିବା ଓଡିଆ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତ୍ୱରିତ ଉଦ୍ଧାର କରି ଓଡିଶା ଫେରାଇ ଅଣାଯାଇଥିବାବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ପ୍ରସଙ୍ଗରେ ନିରବ । ଛାତ୍ରଛାତ୍ରୀଙ୍କ ଉଦ୍ଧାର ତ ଦୂରରକଥା ରାଜନୈତିକ ବାଧ୍ୟବାଧକତା ପାଇଁ ସେ ଏ ସଂକ୍ରାନ୍ତରେ ମୁହଁ ଖୋଲୁନଥିବା କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ ।

ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମଣିପୁର ହିଂସାରେ ୫୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୨୩,୦୦୦ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ମଣିପୁରର ଏହି ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଓଡିଶାର ଛାତ୍ରଛାତ୍ରୀମାନେ ନିଜ ଜୀବନକୁ ଭୟ କରି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନୁରୋଧ କରିଥିଲେ ଯେ ସେମାନେ ଓଡ଼ିଶାକୁ ଫେରିବାକୁ ଚାହୁଁଛନ୍ତି ।  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତୁରନ୍ତ ଏହି ଛାତ୍ରଛାତ୍ରୀମାନଙ୍କୁ ଓଡିଶାକୁ ଫେରାଇ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଗଲା । ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଥିଲା ଯିଏ କି ସ୍ୱତନ୍ତ୍ର ବିମାନ ପଠାଯାଇଥିଲା ଏବଂ ଯୁଦ୍ଧ କ୍ଷେତ୍ର ୟୁକ୍ରେନରୁ ଛାତ୍ରମାନଙ୍କୁ ଓଡିଶାକୁ ଫେରାଇ ଆଣିଥିଲା । କୋଭିଡ ସମୟରେ, ଓଡିଶା ପ୍ରଥମ ରାଜ୍ୟ ଭାବରେ ବିମାନ ପଠାଇଥିଲା ଏବଂ ଜାମ୍ମୁ କାଶ୍ମୀର ସମେତ ଦେଶର ଉତ୍ତର ପୂର୍ବର ଅନ୍ୟ ରାଜ୍ୟରୁ ଓଡିଆ ଛାତ୍ରଛାତ୍ରୀମାନଙ୍କୁ ଓଡିଶାକୁ ଫେରାଇ ଆଣିଥିଲା ।

 ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରିବାକୁ ବିଜେଡି ବିଶ୍ୱାସ କରେ ନାହିଁ ଏବଂ ବିଜେପି ଭଳି ଅଭ୍ୟାସଗତ ଭାବେ ଅତି ନିମ୍ନ ସ୍ତରକୁ ଯାଏ ନାହିଁ । ତଥାପି, ଆମେ  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡିଶାର ବିଜେପି ନେତାମାନଙ୍କୁ ପଚାରିବାକୁ ଚାହୁଁ ଯେ ଏହି ଓଡିଆ ଛାତ୍ରଛାତ୍ରୀମାନେ ସାହାଯ୍ୟ ମାଗୁଥିବାବେଳେ ସେମାନେ କେଉଁଠି ଥିଲେ ? ମଣିପୁର ପ୍ରସଙ୍ଗରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚୁପ୍ ରହିଛନ୍ତି । କାରଣ ଏହା ଏକ ବିଜେପି ଶାସିତ ରାଜ୍ୟ ଏବଂ ସେଠାକୁ ଯାଇ ଓଡିଆ ଛାତଛାତ୍ରୀମାନଙ୍କୁ ସାହାଯ୍ୟ କରିବା ତାଙ୍କ ପାଇଁ ରାଜନୈତିକ ଦୃଷ୍ଟିରୁ ସହଜ ନୁହେଁ । ଏଥିରୁ ସ୍ପଷ୍ଟ ଯେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଅପେକ୍ଷା ତାଙ୍କ ପାଇଁ ରାଜନୀତି ଅଧିକ ଗୁରୁତ୍ୱପୂର୍ଣ୍ଣ ।

ସେ ଏବଂ ଓଡିଶା ବିଜେପିରେ ଥିବା ତାଙ୍କର କିଛି ସହକର୍ମୀ ଆଇନହୀନ ବୋଲି କହି ଓଡିଆଙ୍କୁ ଅପମାନିତ କରିବା ଏବଂ ବଦନାମ କରିବାର ସୁଯୋଗକୁ ହାତଛଡା କରନ୍ତି ନାହିଁ । ଏବେ ମଣିପୁରର ପରିସ୍ଥିତି ଦେଖିବା ପରେ ସେ ଅତି କମରେ ଆଇନହୀନ ବୋଲି କହିଥିବାରୁ ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ । ଏଥିରୁ ଆହୁରି ମଧ୍ୟ ସ୍ପଷ୍ଟ ଯେ ଓଡ଼ିଶାର ସ୍ୱାର୍ଥ ଅପେକ୍ଷା ତାଙ୍କ ପାଇଁ ରାଜନୈତିକ ସୁବିଧାବାଦ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରବକ୍ତା ଓମ୍ ପ୍ରକାଶ ସାହୁ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button