ସ୍ୱାସ୍ଥ୍ୟ

ମୁଲତାନି ମାଟି ତ୍ବଚାକୁ ପ୍ରାକୃତିକ ଚମକ ଦେଇଥାଏ

ସୁନ୍ଦର ତ୍ୱଚା କିଏ ବା ନ ଚାହେଁ। ନିଜର ସୁନ୍ଦର ତ୍ବଚା ସହ ସୁସ୍ଥ ଶରୀର ସମସ୍ତେ ଚାହିଁଥାନ୍ତି। ଏହାସହ ସଜେଇ ହୋଇ ରହିବାକୁ ସମସ୍ତଙ୍କ ପସନ୍ଦ। ତେବେ ମୁଲତାନି ମାଟି ଯାହା ତ୍ବଚାକୁ ପ୍ରାକୃତିକ ଚମକ ଦେଇଥାଏ। ସନବର୍ଣ୍ଣ, ବ୍ରଣ ତଥା ମୃତ କୋଷିକା ଭଳି ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ ମୁଲତାନି ମାଟି। ତେବେ ମୁଲତାନି ମାଟିର ବ୍ୟବହାର ଉପରେ ଆସନ୍ତୁ ନଜର ପକାଇବା। ଗୋଟିଏ ପାତ୍ରରେ ମୁଲତାନି ମାଟି, ହଳଦୀ, ଚନ୍ଦନ ପାଉଡର ଏବଂ ପାଣି ମିଶାଇ ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ ପରେ ଧୋଇଦେବେ। । ଯାହା ମୁହଁକୁ ଫ୍ରେସ ଦେବା ସହ ଔଜଲ୍ୟ ବୃଦ୍ଧି କରିଥାଏ। ଏହାସହ ମୁଲତାନି ମାଟିରେ ଘିକୁଆଁରୀ ମିଶାଇ ଲଗାଇଲେ ତାହା ମଏଶ୍ଚରାଇଜର ଭଳି କାମ କରିଥାଏ। ସେହିପରି ଗ୍ଲିସେରିନ, ଲେମ୍ୱୁ ରସ ଓ ଗୋଲାପ ଜଳ ମିଶାଇ ଲଗାଇଲେ ମୁହଁର ଚମକ ଦେଖାଦେଇଥାଏ।
ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button