Kalahandi
ଥମୁନି ଝାଡାବାନ୍ତି ଆତଙ୍କ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଝାଡାବାନ୍ତି ଆତଙ୍କ। ନାକୁରୁଣ୍ଡି ଗ୍ରାମ ପଞ୍ଚାୟତ ଅଧିନ କେଲୁଆ, ଖଜୁରଗୁଡା ଏବଂ ଆମଝୋଲା ଭଳି ଅନେକ ଗାଁରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। କେଲୁଆ ଗାଁର ଦୁଇଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଚଞ୍ଚଳ ମାଝୀ ଓ ଚନ ଦେଇ ମାଝୀ ବୋଲି ଜଣାପଡିଛି। ଏବେ ବି ଗାଁରେ ଅନେକ ଆକ୍ରାନ୍ତ ରହିଥିବା ଜଣାପଡିଛି ।