ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାନ୍ଦୁଲଗୁଡ଼ା ଗ୍ରାମର ସଫଳ ଆମ୍ବ ଚାଷୀ ତଥା ଶିକ୍ଷକ ରକ୍ଷାକର ଭୋଇଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧୁବାଦ ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାନ୍ଦୁଲଗୁଡ଼ା ଗ୍ରାମର ଶିକ୍ଷକ ରକ୍ଷାକର ଭୋଇ ବିଶ୍ୱର ବ୍ୟୟବହୁଳ ଆମ୍ବ ତଥା ଜାପାନୀ ପ୍ରଜାତିର ‘ମିଆଜାକି’ ନାମକ ଆମ୍ବ ଚାଷ କରି ସଫଳତା ହାସଲ କରିଛନ୍ତି । ଅନ୍ତରାଷ୍ଟ୍ରୀୟ ବଜାରରେ ଏହି ବିରଳ ପ୍ରଜାତିର ଆମ୍ବର ବିଶେଷ ଚାହିଦା ରହିଛି । ଏକ ଦୁର୍ଗମ ଅଞ୍ଚଳରେ ଏଭଳି କିସମର ଆମ୍ବ ଲଗାଇ ସେ ଯୁବ ଚାଷୀଙ୍କୁ ଚାଷ କରି ଲାଭବାନ ହେବାର ନୂଆ ଦିଶା ଦେଖାଇଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now